36.1 C
Bhubaneswar
Tuesday, May 6, 2025
Homeଦେଶ ବିଦେଶଅଟାରୁ ବ୍ୟାପୁଛି ଅଜଣା ରୋଗ

ଅଟାରୁ ବ୍ୟାପୁଛି ଅଜଣା ରୋଗ

ମୁମ୍ବାଇ : ଅଟାରୁ ବ୍ୟାପୁଛି ଅଜଣା ରୋଗ । ପଞ୍ଜାବ ଓ ହରିଆଣାରୁ ଆସିଥିବା ଅଟା ଖାଇବା ପରେ ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଦେଖାଦେଇଛି ସ୍ୱାସ୍ଥ୍ୟ ସମସ୍ୟା । ଅଚାନକ ଚନ୍ଦା ହେବା ପରେ ଏବେ ଲୋକଙ୍କ ନଖ କ୍ଷୟ ହେବାରେ ଲାଗିଛି । ଗତବର୍ଷ ଡିସେମ୍ବର ମାସରେ ବୁଲଢାଣା ଜିଲ୍ଲାର ଏକ ଗାଁରେ ଲୋକେ ଚନ୍ଦା ହୋଇଯାଉଥିଲେ । କେଉଁ କାରଣରୁ ଏପରି ହେଉଛି ତାହା ଜାଣିବା ପାଇଁ ଡାକ୍ତରୀ ଟିମ୍ ଗଠନ ହୋଇଥିଲା। ତେବେ ପଦ୍ମଶ୍ରୀ ବିଜେତା ଡଃ ହିମ୍ମତରାଓ ବୱସ୍କର ପଞ୍ଜାବ ଓ ହରିଆଣାରୁ ଆସିଥିବା ଅଟା ଯୋଗୁଁ ଏପରି ହୋଇଥିବା କହିଥିଲେ। ହେଲେ ଏବେ ଦେଖା ଦେଇଛି ନୂଆ ସମସ୍ୟା। ଗତ ଚାରି ପାଞ୍ଚ ଦିନ ହେଲା ବୁଲଢାଣା ଜିଲ୍ଲାର ଲୋକଙ୍କ ନଖ କ୍ଷୟ ହେବାରେ ଲାଗିଛି । ଗହମରେ ଥିବା ଅତ୍ୟଧିକ ସେଲେନିୟମ ଯୋଗୁଁ ଏପରି ହେଉଥିବା କୁହାଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking