ବାଲେଶ୍ୱର : ରାସ୍ତାକଡରୁ ଅଜଣା ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା କର୍ମଦା ଥାନା ଅନ୍ତର୍ଗତ ନାଚିନ୍ଦା ଛକ ବାଲିଆପାଳ କର୍ମଦା ମୁଖ୍ୟ ରାସ୍ତାରେ ଅଜଣା ଲୋକର ମୃତଦେହକୁ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କମର୍ଦା ପୋଲିସ ଘଟଣାର ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ସୂଚନା ଅନୁସାରେ ଆଜି ସକାଳେ କମର୍ଦ୍ଦା -ବାଲିଆପାଳ ରାସ୍ତା ନାଚିନ୍ଦା ଛକ ରାସ୍ତା ପାର୍ଶ୍ଵରେ ଏକ ବୃଦ୍ଧଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ତୁରନ୍ତ ୧୦୮ ଆମ୍ବୁଲାନ୍ସ ଏବଂ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ବୃଦ୍ଧଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାକୁ ନେଇ ଅଧିକ ଖୋଲତାଳ ଆରମ୍ଭ କରିଛି କମର୍ଦ୍ଦା ପୋଲିସ ।