21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶରେଳଷ୍ଟେସନରୁ ଅଜଣା ମୃତଦେହ ଉଦ୍ଧାର

ରେଳଷ୍ଟେସନରୁ ଅଜଣା ମୃତଦେହ ଉଦ୍ଧାର

ନୂଆପଡ଼ା: ରେଳଷ୍ଟେସନରୁ ଅଜଣା ମୃତଦେହ ଉଦ୍ଧାର କରାଯାଇଛି ନୂଆପଡ଼ା। ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ ରେଳଷ୍ଟେସନ ନିକଟରୁ ଏକ ଅଜଣା ମୃତଦେହକୁ କଣ୍ଟାବାଞ୍ଜି ଜିଆରପି ଉଦ୍ଧାର କରିଛି। ମୃତଦେହ ଚିହ୍ନଟ ହୋଇ ନଥିବାରୁ ବ୍ୟବଚ୍ଛେଦ ହୋଇନାହିଁ। ଗତକାଲି ସନ୍ଧ୍ୟାରେ ଖରିଆରରୋଡ଼ ରେଳ ଷ୍ଟେସନ ନିକଟରେ ଜଣେ ଅଜଣା ବ୍ୟକ୍ତି ଆଶ୍ରୟ ନେଇଥିଲେ। ଗତ କିଛି ଦିନ ହେବ ଖରିଆରରୋଡ ସହରରେ ଭିକ୍ଷାବୃତ୍ତି କରି ସେ ପେଟ ପୋଷୁଥିଲେ। ସେ ରୋଗଗ୍ରସ୍ତ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ। ରାତିରେ ଷ୍ଟେସନ ପରିସରରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଷ୍ଟେସନର ସାମଗ୍ରୀ ପରିବହନ ହେଉଥିବା ସ୍ଥାନରେ ମୃତଦେହ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ରେଳବାଇ ପୁଲିସକୁ ଖବର ଦେଇଥିଲେ।

ଆଜି ମଧ୍ୟାହ୍ନରେ କଣ୍ଟାବାଞ୍ଜି ସରକାରୀ ରେଲୱେ ପୁଲିସ(ଜିଆରପି) ପୋଷ୍ଟ ଏଏସଆଇ ମହେଶ୍ବର ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ରେଲୱେ ଷ୍ଟେସନରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ତେବେ ମୃତଦେହର ପରିଚୟ ଚିହ୍ନଟ ହୋଇନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବଗୃହରେ ଫ୍ରିଜରରେ ରଖାଯାଇଛି। ବହୁ ପୂର୍ବରୁ ଅଜଣା ବ୍ୟକ୍ତିଙ୍କ ବାମ ହାତ କହୁଣୀ ଉପରୁ କାଟି ଯାଇଥିବାବେଳେ ବାମ ଗୋଡ଼ ଆଙ୍ଗୁଳି କଟି ଯାଇଛି। ସେ ଛତିଶଗଡ଼ ରାଜ୍ୟ ବିଳାସପୁର ଅଞ୍ଚଳର ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମୃତକ ବ୍ୟକ୍ତି ପରିବାର ଲୋକେ ଆସି ମୃତଦେହକୁ ନେବାକୁ ଜିଆରପି ଏଏସଆଇ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking