17.1 C
Bhubaneswar
Friday, February 13, 2026
Homeଓଡିଶାସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ...

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତି

ଭୁବନେଶ୍ୱର: ସେପ୍ଟେମ୍ବର ୧: ଦେଶରେ ବହୁଳ ଭାବେ ଆଦୃତି ଲାଭ କରିଥିବା ଭକ୍ତିଭାବପୂର୍ଣ୍ଣ ମ୍ୟୁଜିକ ଭିଡ଼ିଓ ‘ଭୋଲେନାଥ‘ର ଗାୟକ ଏବଂ ଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ର ଅନୁରାଗ କୀର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।ଜି ମ୍ୟୁଜିକ୍ ବ୍ୟାନରରେ ମୁକ୍ତି ଲାଭ କରିଥିବା କୀର୍ତିଙ୍କର ଏହି ଭାବପୂର୍ଣ୍ଣ ସଂଗୀତକୁ ବିଶିଷ୍ଟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ କୌଶଳ କିଶୋର ପ୍ରସ୍ତୁତ କରିଥିବା ବେଳେ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଏହା ଖୁବ୍ ପ୍ରଶଂସିତ ହେବାରେ ଲାଗିଛି ।ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରୁ ଇନ୍‌ଫର୍ମେସନ୍ ଟେକ୍ନୋଲଜିରେ ଶିକ୍ଷା ଲାଭ କରି ୨୦୧୫ରେ କୀର୍ତି ପାସ କରିଥିଲେ ।ଆଇଟିଇଆରରେ ଅଧ୍ୟୟନ କରୁଥିବା ବେଳେ ସେ ବିଭିନ୍ନ ସାଂସ୍କୃତିକ ଏବଂ କଳାତ୍ମକ କାର୍ଯ୍ୟରେ ନିଜକୁ ସଂଶ୍ଳିଷ୍ଟ ରଖିଥିଲେ । ବର୍ତମାନ ସେ ଭାରତର ଏକ ଅଗ୍ରଣୀ ମଲ୍ଟିନ୍ୟାସ୍‌ନାଲ୍ କମ୍ପାନୀରେ ଟ୍ୟାଲେଂଟ ଆକ୍ୟୁଜିସନ୍ ଲିଡ ଭାବେ କାର୍ଯ୍ୟରତ ଅଛନ୍ତି ।ପ୍ରଫେସର ନାୟକ କୀର୍ତିଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ତାଙ୍କର ଉତରୋତର ସଫଳତା କାମନା କରିଥିଲେ ।ନିଜ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି କୀର୍ତି କହିଛନ୍ତି ଯେ ସେ ପ୍ରାୟ ଗୋଟିଏ ଦଶନ୍ଧି ଓଡ଼ିଶାରେ ବିତାଇଥିବା ବେଳେ ରାଜ୍ୟର ବଳିଷ୍ଠ ସଂସ୍କୃତି ଏବଂ ଓଡ଼ିଆ ଭାଷା ପ୍ରତି ବେଶ ଆକୃଷ୍ଟ ହୋଇଥିଲେ । “ଓଡ଼ିଶା ମୋତେ ବହୁତ କିଛି ଶିଖାଇଛି ଏବଂ ମୋର ଏହି ରାଜ୍ୟ ଏବଂ ଏହାର ଲୋକଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି” ବୋଲି ସେ କହିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking