16.1 C
Bhubaneswar
Wednesday, January 14, 2026
Homeଓଡିଶାଓଡିଶା ପର୍ଯ୍ୟଟନ ବିକାଶ ପାଇଁ ବର୍ତ୍ତମାନ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ...

ଓଡିଶା ପର୍ଯ୍ୟଟନ ବିକାଶ ପାଇଁ ବର୍ତ୍ତମାନ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଶେଖାୱାତ

ଭୁବନେଶ୍ୱର: ଆଜି ରାଜସ୍ଥାନ ରାଜଧାନୀ ଜୟପୁରରେ ମିଟ ଇନ ଇଣ୍ଡିଆ କନକ୍ଳେଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ତରଫରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସହ ଓଡିଶା ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ଓ ବିଭାଗୀୟ ଅନ୍ୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ।

 

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ବର୍ତ୍ତମାନ ସରକାରଙ୍କ ପ୍ରୟାସକୁ ଭୁୟସୀ ପ୍ରଂଶସା କରିଥିଲେ। ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଅନ୍ୟ ସମସ୍ତ ରାଜ୍ୟ ପାଇଁ ଅନୁକରଣୀୟ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଦିବ୍ୟା କୁମାରୀ ମଧ୍ୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଡିଶା ପର୍ଯ୍ୟଟନର ସମ୍ଭାବ୍ୟ ବିକାଶ ଓ ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିଥିଲେ।ଓଡିଶାରେ ମାଇସ(MICE) ଟୁରିଜିମର ସମ୍ଭାବ୍ୟ ବିକାଶ ବିଷୟରେ ବିଶିଷ୍ଟ ନିବେଶକମାନଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking