19.1 C
Bhubaneswar
Tuesday, February 3, 2026
Homeଓଡିଶାଏନ୍‌କ୍ଲୋଜର୍‌ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଏନ୍‌କ୍ଲୋଜର୍‌ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାକୁ ଛୋଟରୁ ମିଡ୍ ସାଇଜ୍ ବା ମଧ୍ୟମ ଧରଣର ଚିଡ଼ିଆଖାନାରେ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ବିଗତ ଦିନମାନଙ୍କରେ ନିଷ୍ପତ୍ତ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟବରାଦରେ ଏହି ଶ୍ରୀବୃଦ୍ଧି କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସୋମବାର ସମ୍ବଲପୁର ଚିଡ଼ିଆଖାନାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଶ୍ରୀ ପ୍ରଧାନ ସମ୍ବଲପୁର ଚିଡ଼ିଆଖାନାର ବାଘ ଖୁଆଡ଼(ଏନକ୍ଲୋଜୋର), ମଗର ଖୁଆଡ଼ ଓ ଘଡ଼ିଆଳ ଖୁଆଡ଼ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ‘ସମ୍ବଲପୁର ଜୁ’ କୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଓ ଆକର୍ଷଣ କେନ୍ଦ୍ର ଭାବେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ଏହି ‘ସ୍ମଲ୍ ଜୁ’କୁ ‘ମିଡ୍ ସାଇଜ୍ ଜୁ’ରେ ପରିଣତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକ ୩୫ ହେକ୍ଟର ଜମି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବିଭାଗରୁ ଏକତ୍ରୀକରଣ କରାଯାଇ ସମ୍ବଲପୁର ଜୁ’ ଅଥରିଟି ଗଠନ ପାଇଁ ଯୋଜନା କରାଯାଉଛି । ବର୍ତ୍ତମାନ ଏହି ଚିଡ଼ିଆଖାନାରେ କଲରାପତରିଆ ବାଘ ଅଛନ୍ତି ଏବଂ ଦର୍ଶକମାନେ ଗ୍ଲାସ୍ ହାଉସ୍ ମାଧ୍ୟମରେ ସେମାନଙ୍କୁ ଦେଖିବାର ସୁଯୋଗ ପାଉଛନ୍ତି। ଏଠାରେ ନୂତନ ଗ୍ଲାସ୍ ଖୁଆଡ଼ ନିର୍ମାଣ ପରେ କର୍ତ୍ତୃପକ୍ଷ ଏଠାକୁ ଦୁଇ ଯୋଡ଼ା ବା ୪ଟି ରୟାଲ୍ ବେଙ୍ଗଲ ଟାଇଗର ଆଣିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ୭୦ରୁ ଅଧିକ ପଶୁପକ୍ଷୀ ଥିବା ଏହି ଚିଡ଼ିଆଖାନାରେ ଆଗାମୀ ଦିନରେ ଅଧିକ ପକ୍ଷୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ। ଆଜିର ପଦକ୍ଷେପ ଜୀବଜନ୍ତୁ ସଂରକ୍ଷଣ ଦିଗରେ ଆମର ଦୃଢ଼ ସଂକଳ୍ପର ପ୍ରତୀକ ଅଟେ। ପ୍ରାଣୀ ଉଦ୍ୟାନର ଉନ୍ନତିକରଣ ଦ୍ୱାରା ଏହା ଜାତୀୟ ସ୍ତରରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହେବ।ବାଘ, ମୁଗର ଏବଂ ଘଡ଼ିଆଳ ଭଳି ବିରଳ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆକୃଷ୍ଟ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking