ଭୁବନେଶ୍ୱର: ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଏବଂ କୋରାପୁଟ ଜିଲ୍ଲାର ଜୟପୁର ଠାରେ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀ ଯେପରି ଏପିଷ୍ଟିନଙ୍କ ସହ ତାଙ୍କର ସମ୍ପର୍କକୁ ଘୋଡ଼ାଇବାପାଇଁ ମିଥ୍ୟା କାହାଣି ରଚନା କରୁଛନ୍ତି । ତାଙ୍କର ଯେପରି ଏପିଷ୍ଟିନଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା କଳାକାରନାମରେ ସେ ଜଣେ ଅଂଶୀଦାର ଥିଲେ । ଏପିଷ୍ଟିନ ଫାଇଲରେ ବିଶ୍ୱର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନାମ ବାହାରିବା ପରେ ଯେଉଁମାନେ ସଂପୃକ୍ତ ସରକାରୀ ବ୍ୟବସ୍ଥା ଭିତରେ ରହିଥିଲେ ସେମାନେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ଏହି ବିକ୍ଷୋଭରେ ପ୍ରାଇମମିନିଷ୍ଟର ଇଜ କମ୍ପ୍ରାମାଇଜ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା । ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ହରଦିପସିଂ ପୁରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଛି ।










