22.1 C
Bhubaneswar
Friday, February 6, 2026
Homeଓଡିଶାକେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

ଭୁବନେଶ୍ୱର: କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ଶ୍ରୀ ସଞ୍ଜିବ ଚୋପ୍ରା ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଚୋପ୍ରା ଯୋଗଦେଇ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଉକ୍ତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ଗୋଗୋଇ, ଓଡିଶା ଶାଖା ଜେନେରାଲ ମ୍ୟାନେଜର ଶ୍ରୀ ନିହାର ରଞ୍ଜନ ପ୍ରଧାନ, କେନ୍ଦ୍ରୀୟ ପଣ୍ୟାଗାର ନିଗମର ଶ୍ରୀ ନରେନ୍ଦ୍ର କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ରାଜ୍ୟରେ ଧାନ ସଂଗ୍ରହ ଏବଂ ସାଧାରଣ ବଣ୍ଟନ ସୁପରିଚାଳନା କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ ।

ଏଥିସହ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରାୟ ୯୧ ପ୍ରତିଶତ ହିତାଧିକାରୀ ମାନଙ୍କ ଇ-କେୱାଇସି ଶେଷ ହୋଇଥିବା କହିଥିଲେ । ସେହିଭଳି ମୋବାଇଲ ନେଟୱାର୍କିଂ ଦୁର୍ବଳ ଥିବା ଅଞ୍ଚଳର ୩୪୧ଟି ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଇଣ୍ଟେରନେଟ ସୁବିଧା ଉପଲବ୍ଧ କରାଇବା ବ୍ୟବସ୍ଥା କରାଯାଉଛି । ଏହା ଅନ୍ତର୍ଗତ ପ୍ରାୟ ୧୨ ଲକ୍ଷ ହିତାଧିକାରୀ ମାନଙ୍କ ଇ-କେୱାଇସି କରାଯିବା ପ୍ରକ୍ରିୟା ଜାରି ରହିଛି । ସେଥି ମଧ୍ୟରୁ ୧୧୧ଟି ସୁଲଭ ମୂଲ୍ୟ ଦୋକାନରେ ବର୍ତ୍ତମାନ ନେଟୱାର୍କିଂ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ । ସେହିଭଳି ଏପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହୋଇନଥିବା ପ୍ରାୟ ୩୦ ଲକ୍ଷ ହିତାଧିକାରୀ ମାନଙ୍କ ସ୍ଥିତି ଯାଞ୍ଚ ପାଇଁ ଅଧିକାରୀ ମାନେ ଘର ଘର ବୁଲି ପ୍ରକ୍ରିୟା ତ୍ୱରାନ୍ୱିତ କରୁଛନ୍ତି ବୋଲି ଶ୍ରୀ ସିଂହ ଅବଗତ କରାଇଥିଲେ । ଏହି ଅବସରରେ ଶ୍ରୀ ଚୋପ୍ରା ରାଜ୍ୟରେ ଧାନକିଣା ଓ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା ନେଇ ଅବଗତ ହୋଇଥିଲେ । ମଣ୍ଡିରୁ ସିଧାସଳଖ ମିଲକୁ ଧାନ ଗାଡି ନେବା ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସହମତି ଭିତ୍ତିରେ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ। ପରେ ଶ୍ରୀ ଚୋପ୍ରା ଭୁବନେଶ୍ୱର ୟୁନିଟ- ୯ସ୍ଥିତ ସରକାରୀ ସୁଲଭ ମୂଲ୍ୟ ଦୋକାନ, ମଞ୍ଚେଶ୍ୱରସ୍ଥିତ ଗୋଦାମ, ଅନ୍ନପୂର୍ତ୍ତି ଶସ୍ୟ ଏଟିଏଏମ ମଧ୍ୟ ବୁଲି ଦେଖି ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking