17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଉତ୍ତରାଖଣ୍ଡରେ ଲାଗୁହେବ ୟୁନିଫର୍ମ ସିଭିଲ କୋର୍ଡ  

ଉତ୍ତରାଖଣ୍ଡରେ ଲାଗୁହେବ ୟୁନିଫର୍ମ ସିଭିଲ କୋର୍ଡ  

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଖୁବ ଶୀଘ୍ର  ୟୁନିଫର୍ମ ସିଭିଲ କୋଡ  ହେବାକୁ ଯାଉଛି ।  ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।   ମୁଖ୍ୟମନ୍ତ୍ରୀ  ଧାମୀ ଘୋଷଣା କରିଛନ୍ତି  ଜାନୁଆରୀ ୨୦୨୫ରୁ  ଉତ୍ତରାଖଣ୍ଡରେ   ୟୁନିଫର୍ମ  ସିଭିଲ କୋଡ ପାଇଁ   ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟ ସଚିବାଳୟରେ ଉତ୍ତରାଖଣ୍ଡ ନିବେଶ ଓ ଭିତ୍ତିଭୂମି ବିକାଶ ବୋର୍ଡ ୟୁଆଇଆଇଡିବିର ଏକ ବୈଠକ କରିଛନ୍ତି । ‘ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ’ର ମୌଳିକ ଭାବନାକୁ ଅନୁସରଣ କରି ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ କୋଡ୍ ଆଇନ କାର‌୍ୟ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ସମାଜକୁ ଏକ ନୂଆ ଦିଗ ମିଳିବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି । ୨୦୨୨ ମାର୍ଚ୍ଚରେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking