28.1 C
Bhubaneswar
Tuesday, January 20, 2026
Homeଓଡିଶାକାରକୁ ଧକ୍କା ଦେଲା ଅଜଣା ଗାଡ଼ି: ୨ ମୃତ

କାରକୁ ଧକ୍କା ଦେଲା ଅଜଣା ଗାଡ଼ି: ୨ ମୃତ

ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରେ କୌଣସି ଅଜଣା ଗାଡି ଧକ୍କାରେ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇ କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଆଜି ଭୋର ସାଢେ ୪ଟା ସମୟରେ ବୌଦ୍ଧ ପଟୁ ସୋନପୁର ଆଡକୁ ଯାଉଥିବା ଗୋଟିଏ କାର କୌଣସି ଏକ ଅଜଣା ଗାଡି ପଛରୁ ଧକ୍କା ଦେଇଥିଲା । ଫଳରେ କାରଟି ରାସ୍ତା ପାଶ୍ୱର୍ର ବିଲ ମଧ୍ୟକୁ ପଶି ଯାଇଥିଲା । କାରରେ ଥିବା ଦୁଇ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ । ପରୀକ୍ଷା କରିବା ପରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking