ସୁନ୍ଦରଗଡ଼: ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି। ବାଇକ୍ ଚୂରମାର। ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ମୃତକ ହେଲେ ଲେଫ୍ରିପଡ଼ା ଥାନା ପିଠାଭୂଇଁର ଅନ୍ତ ଭଇଁସାଲ , ଗୁରୁତରଙ୍କ ନାଁ ଦିବ୍ୟ ଭଇଁସାଲ । ଗର୍ଜନବାହାଲ ଟ୍ରକ୍ ୟୁନିଅନରେ କାମ କରୁଥିବା ଦୁଇ ଯୁବକ ନିଜ ବାଇକରେ ଗର୍ଜନବାହାଲ ଖଣି ଅଞ୍ଚଳକୁ କାମ କରିବାକୁ ଯାଉଥିଲେ। ହେମଗିର ଥାନା ଡୁଡୁକା ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚମ୍ପଟ ମାରିଲା। ବାଇକରୁ ୨ ଜଣ ଛିଟକି ପଡ଼ିଲେ। ଘଟଣାସ୍ଥଳରେ ଅନ୍ତଙ୍କ ମୃତ୍ୟୁ ହୋଇଗଲା। ଗୁରୁତର ଦିବ୍ୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି।










