18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭୁଶୁଡ଼ିଲା ଭୂତଳ କୋଇଲା ଖଣିର ଛାତ, ୩ ମୃତ

ଭୁଶୁଡ଼ିଲା ଭୂତଳ କୋଇଲା ଖଣିର ଛାତ, ୩ ମୃତ

ବେତୁଲ : ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ କୋଇଲା ଖଣିର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ସୁପରଭାଇଜରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ୱେଷ୍ଟର୍ଣ୍ଣ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଏକ କୋଇଲା ଖଣିର ଛାତ ଭୁଶୁଡ଼ି ପଡ଼ିଥିବା ପୁଲିସ ସୂଚନା ଦେଇଛି। ସେହି ସମୟରେ ବିଭିନ୍ନ ବିଭାଗରେ ୨୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଛାତ ତଳେ ଫସି ରହିଥିବା ୩ ଜଣ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଛତ୍ରପୁର ଅଞ୍ଚଳରେ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୬୫ କିଲୋମିଟର ଦୂରରେ ଅବସ୍ଥିତ କୋଲ୍ ଇଣ୍ଡିଆ ଲିମିଟେଡର ସହଯୋଗୀ ସଂସ୍ଥା ଡବ୍ଲୁସିଏଲର ଭୂତଳ ଖଣିରେ ଏହି ଘଟଣା ଘଟିଛି। ପୁଲିସ ଅଧୀକ୍ଷକ ନିଶ୍ଚଳ ଝରିଆ ହସ୍ପିଟାଲରୁ ସୂଚନା ଦେଇ କହିଛନ୍ତି, କୋଇଲା ଖଣିର ଛାତ ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଫସି ୩ ଜଣ ଡବ୍ଲୁସିଏଲ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ହୋଇଥିବା ବେଳେ ତୃତୀୟ ଜଣକ ପଡ଼ୋଶୀ ଛତିଶଗଡ଼ର କୱର୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅପରାହ୍ନ ପ୍ରାୟ ୩ଟା ବେଳେ ଛାତ ଭୁଶୁଡ଼ି ପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking