23.1 C
Bhubaneswar
Thursday, January 2, 2025
Homeଦେଶ ବିଦେଶମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି

ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଏବଂ ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଲକ୍ଷ୍ୟ ଆଡ଼କୁ ଆତ୍ମବିଶ୍ୱାସର ସହ ଅଗ୍ରସର ହେଉଛୁ । ପ୍ରତିଦ୍ୱନ୍ଦ୍ୱୀ ହେବା ଏବଂ ବିଶ୍ୱ ଦରବାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ଭାରତର ସଂକଳ୍ପ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ବିଶ୍ୱ ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ମାଧ୍ୟମରେ ସ୍ପଷ୍ଟ ହୋଇଛି । ଲଜିଷ୍ଟିକ୍ ଠାରୁ ଆରମ୍ଭ କରି ଉଦ୍ଭାବନ, ନିରାପତ୍ତା ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଦେଶ ଯଥେଷ୍ଟ ଅଗ୍ରଗତି କରିଛି। ବିଗତ ୧୦ ବର୍ଷ ମଧ୍ୟରେ ଏହି ସଫଳତା କେବଳ ଉନ୍ନତ ମାନ୍ୟତା ପାଇଁ ନୁହେଁ ବରଂ ବିଶ୍ୱ ବ୍ୟବସ୍ଥାରେ ଭାରତର ଭୂମିକାକୁ ପ୍ରତିପାଦିତ କରିପାରିଛି ।

୨୦୧୫ରୁ ୨୦୧୮ ମଧ୍ୟରେ ଇଜ୍ ଅଫ୍ ଡୁଇଂ ବିଜନେସ୍ ସୂଚକାଙ୍କରେ ୪୨ ସ୍ଥାନ ଉପରକୁ ଉଠି ଭାରତ ନିଜକୁ ନିବେଶ ଅନୁକୂଳ ଗନ୍ତବ୍ୟ ସ୍ଥଳ ଭାବେ ସ୍ଥାନିତ କରିଛି, ଯେଉଁଥିରେ କମ୍ ଅନୁପାଳନ ଏବଂ ଅଧିକ ସୁଯୋଗ ରହିଛି। ସେହିଭଳି ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତ ୨୦୧୪ରେ ୭୧ତମ ସ୍ଥାନରେ ଥିବା ବେଳେ ୨୦୧୮ରେ ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୨ରେ ଭାରତର ବିମାନ ଚଳାଚଳ ନିରାପତ୍ତା ତଦାରଖ ବ୍ୟବସ୍ଥା ଚୀନ, ଇସ୍ରାଏଲ ଓ ଡେନମାର୍କ ଭଳି ଦେଶକୁ ପଛରେ ପକାଇ ୧୦୨ତମ ସ୍ଥାନରୁ ୪୮ତମ ସ୍ଥାନରେ ପହଞ୍ଚିଛି। ଏହି ମାଇଲଖୁଣ୍ଟ ଗୁଡିକ ଏହାର ବିଶ୍ୱସ୍ତରୀୟ ସ୍ଥିତି ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ସୁଦୃଢ଼ କରିବା ପାଇଁ ଭାରତର ନିରନ୍ତର ପ୍ରୟାସର ପ୍ରମାଣ । ୨୦୨୪ରେ ବିଶ୍ୱ ସ୍ତରରେ ଭାରତର ଉନ୍ନତି କେବଳ ଉଲ୍ଲେଖନୀୟ ନୁହେଁ, ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଏବଂ ଉପଲବ୍ଧି ଏହାର ବଢୁଥିବା ପ୍ରଭାବକୁ ଦର୍ଶାଉଛି । ସର୍ବବୃହତ ବୈଦେଶିକ ମୁଦ୍ରା ଭଣ୍ଡାର ଥିବା ଶୀର୍ଷ ଚାରିଟି ଦେଶ ମଧ୍ୟରେ ସ୍ଥାନ ସୁରକ୍ଷିତ କରିବାଠାରୁ ଆରମ୍ଭ କରି ବିଶ୍ୱ ଉଦ୍ଭାବନ ସୂଚକାଙ୍କରେ ଶୀର୍ଷ ସ୍ଥାନ ହାସଲ କରିବା ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ଅଗ୍ରଗତି ଅପରିବର୍ତ୍ତିତ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚମତ୍କାର ରହିଛି। ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ ୨୦୨୩ରେ ଭାରତର ଉନ୍ନତି ସହିତ ଭାରତର ବାଣିଜ୍ୟ ଦକ୍ଷତା ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ୧୩୯ଟି ଦେଶ ମଧ୍ୟରୁ ୩୮ତମ ସ୍ଥାନରେ ରହିଛି। ବାଣିଜ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତିକୁ ଏହା ଦର୍ଶାଉଛି । ଏହାବ୍ୟତୀତ ଜାହାଜ ଚଳାଚଳ କ୍ଷେତ୍ରରେ ଭାରତ ଅନେକ ବିକଶିତ ଦେଶକୁ ପଛରେ ପକାଇ ବିଶ୍ୱ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି । ସାଗରମାଳା ପ୍ରକଳ୍ପ ଅଧୀନରେ ବନ୍ଦର କ୍ଷମତା ବୃଦ୍ଧି, ବନ୍ଦର ଭିତ୍ତିଭୂମିରେ ପୁଞ୍ଜିନିବେଶ ଏବଂ ବନ୍ଦରଗୁଡ଼ିକର ଉନ୍ନତ ସଂଯୋଗ ବୃଦ୍ଧି ପାଇଛି । ଭାରତର ପ୍ରମୁଖ ବନ୍ଦରଗୁଡ଼ିକରେ ଜାହାଜଗୁଡ଼ିକର ଚଳାଚଳ ସମୟ ୨୦୧୩-୧୪ରେ ୯୩.୫୯ ଘଣ୍ଟାରୁ ୪୮.୬୫ ପ୍ରତିଶତ ହ୍ରାସ ପାଇ ୨୦୨୩-୨୪ରେ ୪୮.୦୬ ଘଣ୍ଟାରେ ପହଞ୍ଚିଛି ।

ଏହା ସହିତ ଭାରତ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ୭୦୦୦ ଆମେରିକୀୟ ବିଲିୟନ ଡଲାର ଅତିକ୍ରମ କରି ଚୀନ, ଜାପାନ ଏବଂ ସ୍ୱିଜରଲ୍ୟାଣ୍ଡକୁ ପଛରେ ପକାଇ ବିଶ୍ୱସ୍ତରରେ ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟ ଏକ ପ୍ରଭାବଶାଳୀ ଉପଲବ୍ଧି ହେଉଛି ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତ ୨୦୨୪ରେ ୩୯ତମ ସ୍ଥାନକୁ ଉନ୍ନୀତ ହେବା ସରକାରଙ୍କ ନିରନ୍ତର ଧ୍ୟାନ ଏକ ଅର୍ଥନୈତିକ ସଂସ୍କାରକୁ ଦର୍ଶାଉଛି, ଯାହା ଭାରତକୁ ବିଶ୍ୱ ବଜାରରେ ଏକ ଶକ୍ତିଶାଳୀ ଖେଳାଳି ରେ ପରିଣତ କରିଛି । ଗତ ଦଶନ୍ଧି (ଏପ୍ରିଲ ୨୦୧୪ରୁ ସେପ୍ଟେମ୍ବର ୨୦୨୪) ମଧ୍ୟରେ ମୋଟ ଏଫଡିଆଇ ପ୍ରବାହ ୭୦୯.୮୪ ବିଲିୟନ ଡଲାର ଥିଲା, ଯାହା କି ଗତ ୨୪ ବର୍ଷମଧ୍ୟରେ ମୋଟ ଏଫଡିଆଇ ପ୍ରବାହର ୬୮.୬୯% ଅଟେ । ୨୦୨୪ରେ ଚୀନ୍ ପରେ ଭାରତ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ବିଶ୍ବର ସର୍ବବୃହତ୍ ରାଷ୍ଟ୍ର ପାଲଟିଛି। ଏହା ମୋବାଇଲ୍ ଫୋନ୍ ଉତ୍ପାଦନରେ ବିଶ୍ୱସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି।

ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସ ୨୦୨୪ ଏହି ଅଗ୍ରଗତିର ଏକ ସ୍ପଷ୍ଟ ପ୍ରତିଫଳନ, କାରଣ ଭାରତ ୨୦୧୫ରେ ୮୧ତମ ସ୍ଥାନରୁ ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛି, ଯାହା ଦେଶର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତିକୁ ଦର୍ଶାଉଛି। ଏହାର ବୈଷୟିକ ମାନକୁ ଆହୁରି ବଢ଼ାଇ ଭାରତ ନେଟ୍ ୱାର୍କ ରେଡିନେସ୍ ଇଣ୍ଡେକ୍ସ ୨୦୨୪ରେ ୧୧ ଟି ସ୍ଥାନ ଉପରକୁ ଉଠିଥିଲା ଏବଂ ବର୍ତ୍ତମାନ ଶ୍ରେଷ୍ଠ ୫୦ ଟି ଦେଶ ମଧ୍ୟରେ ସ୍ଥାନ ପାଇଛି । ଏଆଇ ପ୍ରତିଭା ଏବଂ ଆଇସିଟି ସେବା ରପ୍ତାନିରେ ଭାରତ ପ୍ରଥମ, ଏଆଇ ବୈଜ୍ଞାନିକ ପ୍ରକାଶନରେ ପ୍ରଥମ, ଏଫଟିଟିଏଚ୍ ସବସ୍କ୍ରିପସନ ଏବଂ ମୋବାଇଲ୍ ଇଣ୍ଟରନେଟ୍ ଟ୍ରାଫିକରେ ଦ୍ୱିତୀୟ ଏବଂ ତୃତୀୟ ଘରୋଇ ବଜାର ସ୍କେଲରେ ଭାରତ ସ୍ଥାନ ପାଇଛି। ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସକୁ ଏହି ପଦକ୍ଷେପ ଦର୍ଶାଉଛି। ପେଟେଣ୍ଟ, ଟ୍ରେଡମାର୍କ ଏବଂ ଇଣ୍ଡଷ୍ଟ୍ରିଆଲ ଡିଜାଇନରେ ଭାରତ ଶ୍ରେଷ୍ଠ ୧୦ ଟି ଦେଶ ମଧ୍ୟରେ ସ୍ଥାନ ସୁରକ୍ଷିତ କରିଛି: ଡବ୍ଲୁଆଇପିଓ ୨୦୨୪ ରିପୋର୍ଟ, ବୌଦ୍ଧିକ ସମ୍ପତ୍ତି କ୍ଷେତ୍ରରେ ଦେଶର ବଢୁଥିବା ନେତୃତ୍ୱ ଏବଂ ବୈଷୟିକ ଉନ୍ନତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୋହରାଇଛି । କେବଳ ଏତିକି ନୁହେଁ, ପେଟେଣ୍ଟ ଏବଂ ଟ୍ରେଡମାର୍କ ଭଳି ଅଣ-ଭୌତିକ ସମ୍ପତ୍ତିର ଦୃଢ଼ତା ଉପରେ ଆଲୋକପାତ କରି ଭାରତ “ଇନ୍ଟାଙ୍ଗିବୁଲ୍ ଆସେଟ୍ ଇଣ୍ଟେନସିଟି”ରେ ବିଶ୍ୱସ୍ତରରେ ସପ୍ତମ ସ୍ଥାନରେ ରହିଛି ।

ଭାରତର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ବେଳେ ବିଶ୍ୱ ଶିକ୍ଷା ମାନ୍ୟତାରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି। କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ: ଏସିଆ ୨୦୨୫ ଭାରତର ବଢୁଥିବା ପ୍ରାଧାନ୍ୟ ଉପରେ ଆଲୋକପାତ କରିଛି ଏବଂ ଏହାର ୭ଟି ଅନୁଷ୍ଠାନ ବର୍ତ୍ତମାନ ଏସିଆରେ ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇଛି । କେବଳ ଏତିକି ନୁହେଁ, ୯୮୪ଟି ଅନୁଷ୍ଠାନ ମଧ୍ୟରୁ ୧୬୨ଟି ବିଶ୍ୱବିଦ୍ୟାଳୟ ତାଲିକାଭୁକ୍ତ ହୋଇ ଜାପାନ (୧୧୫) ଏବଂ ଚୀନ୍ (୧୩୫)ଙ୍କୁ ପଛରେ ପକାଇ କ୍ରମାଗତ ଦୁଇ ଥର କ୍ୟୁଏସ୍ ରାଙ୍କିଙ୍ଗରେ ଭାରତ ସର୍ବାଧିକ ପ୍ରତିନିଧିତ୍ୱ କରୁଥିବା ଦେଶ ପାଲଟିଛି । ଏହି ସଫଳତା ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ଏବଂ ଗବେଷଣା ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ଗତ କିଛି ବର୍ଷ ମଧ୍ୟରେ ଭାରତର ଡିଜିଟାଲ ଭିତ୍ତିଭୂମି ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଗ୍ଲୋବାଲ ସାଇବର ସିକ୍ୟୁରିଟି ଇଣ୍ଡେକ୍ସ ୨୦୨୪ରେ ଏହାର ସଫଳତା, ଟାୟର ୧ ମାନ୍ୟତା ହାସଲ କରିବା ଏହି ପରିବର୍ତ୍ତନକୁ ସୂଚାଉଛି । ଭାରତ ୧୦୦ରୁ ୯୮.୪୯ ସ୍କୋର କରିଛି ଯାହା ସାଇବର ସୁରକ୍ଷା ପାଇଁ ଭାରତକୁ ବିଶ୍ୱର ଶ୍ରେଷ୍ଠ ଦେଶ ମାନଙ୍କ ମଧ୍ୟରେ ସ୍ଥାନିତ କରିଛି । ବ୍ୟବସାୟ ଏବଂ ନାଗରିକଙ୍କ ପାଇଁ ଏକ ସୁରକ୍ଷିତ ଡିଜିଟାଲ ପରିବେଶ ସୃଷ୍ଟି କରିବା ଉପରେ ସରକାରଙ୍କ ଜାରି ରହିଥିବା ଗୁରୁତ୍ୱକୁ ଏହା ପ୍ରତିଫଳିତ କରୁଛି । ଡିଜିଟାଲ ଇଣ୍ଡିଆ ଭଳି ପଦକ୍ଷେପ ଦ୍ୱାରା ମୋଦୀ ସରକାର ଦୃଢ଼ ସୁରକ୍ଷା ଢାଞ୍ଚା ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି, ଯେଉଁଥିରେ କେବଳ ଇଣ୍ଟରନେଟ ଉପଲବ୍ଧତାକୁ ବିସ୍ତାର କରାଯାଇନାହିଁ ବରଂ ଅନଲାଇନ ନିରାପତ୍ତା ବୃଦ୍ଧି ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି । ଏନସିଆଇଆଇପିସି ଏବଂ ଆଇ୪ସି ପ୍ରତିଷ୍ଠା ଭଳି ଅତୀତର ପ୍ରୟାସ ଦେଶର ସାଇବର ପ୍ରତିରକ୍ଷାକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ବିଶ୍ୱ ସାଇବର ସୁରକ୍ଷା କ୍ଷେତ୍ରରେ ଭାରତକୁ ଏକ ଅଗ୍ରଣୀ ଭାବରେ ସ୍ଥାନିତ କରିଛି ।

ଲିଙ୍ଗଗତ ସମାନତା କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ୨୦୨୨ ଲିଙ୍ଗଗତ ଅସମାନତା ସୂଚକାଙ୍କରେ ସ୍ପଷ୍ଟ ହୋଇଛି, ଯେଉଁଠାରେ ଦେଶ ୧୪ଟି ସ୍ଥାନ ଉପରକୁ ଉଠିଛି, ଯାହା ୨୦୨୧ରେ ୧୨୨ତମ ସ୍ଥାନରୁ ୧୦୮ତମ ସ୍ଥାନକୁ ଉନ୍ନିତ ହୋଇଛି। ଏହି ପ୍ରଗତି ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଟି ବଚାଓ ବେଟି ପଢ଼ାଓ ଭଳି ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତୀକରଣ ପ୍ରତି ମୋଦୀ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ୨୦୨୩-୨୦୨୪ ସୁଦ୍ଧା ଭାରତ ଅଗ୍ରଗତି ଜାରି ରଖିଛି ଏବଂ ଅଧିକ ମହିଳା କର୍ମକ୍ଷେତ୍ର ଏବଂ ରାଜନୈତିକ ନେତୃତ୍ୱ ଭୂମିକାରେ ଅଂଶଗ୍ରହଣ କରୁଛନ୍ତି। ଏକ ସମାବେଶୀ ସମାଜ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣ ଏହି ପରିବର୍ତ୍ତନକୁ ପ୍ରୋତ୍ସାହିତ କରୁଛି, ଯାହା ସୁନିଶ୍ଚିତ କରୁଛି ଯେ ମହିଳାଙ୍କ ଅବଦାନକୁ ସବୁ କ୍ଷେତ୍ରରେ ଅଧିକ ସ୍ୱୀକୃତି ଏବଂ ସମର୍ଥନ ମିଳୁଛି ।

ଭ୍ରମଣ ଓ ପର୍ଯ୍ୟଟନ ବିକାଶ ସୂଚକାଙ୍କ (ଟିଟିଡିଆଇ) ୨୦୨୪ରେ ଭାରତର ପର୍ଯ୍ୟଟନ କ୍ଷେତ୍ର ୩୯ତମ ସ୍ଥାନରେ ରହିଛି। ଇନକ୍ରେଡିବିଲ୍ ଇଣ୍ଡିଆ ଏବଂ ଦେଖୋ ଅପନା ଦେଶ ଭଳି ପଦକ୍ଷେପ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଛି, ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟକୁ ପ୍ରଦର୍ଶିତ କରିଛି । ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଦେଶ ଦର୍ଶନ ଏବଂ ପ୍ରଶାଦ ଯୋଜନା ଅଧୀନରେ ୧୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୨ଟି ପର୍ଯ୍ୟଟନ କ୍ଷେତ୍ର ପ୍ରକଳ୍ପର ଉଦଘାଟନ କରିଥିଲେ । ଏହା ଆକ୍ଟ ଇଷ୍ଟ ପଲିସି ଏବଂ ବିଶ୍ୱ ମଞ୍ଚରେ ସକ୍ରିୟ ନେତୃତ୍ୱ ଭଳି ରଣନୀତି ଦ୍ୱାରା ପରିଚାଳିତ ଭାରତର ବଢୁଥିବା ଆଞ୍ଚଳିକ ପ୍ରଭାବକୁ ପ୍ରତିଫଳିତ କରେ । ମୋଦୀଙ୍କ ନେତୃତ୍ୱରେ ବିଶ୍ୱ ସ୍ତରରେ ଭାରତର ଉପସ୍ଥିତି ଓ ଶକ୍ତି ସୁଦୃଢ଼ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking