ବିନିକା: ବିନିକାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକ୍ଅପ୍ ଧକ୍କାରେ କକା, ପୁତୁରା ମୃତ । ଏନଏଚ୍ ୨୬ ସାଲେଭଟା ଚେରୁପାଲି ଅଙ୍ଗନଦୀ ବ୍ରିଜ୍ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଝିଆରୀ ବାହାଘର କାର୍ଡ ବାଣ୍ଟିବାକୁ ଯାଉଥିବା ବେଳେ ଧକ୍କା ଦେଲା ପିକଅପ୍ । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡୁଙ୍ଗୁରୁପାଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ବର୍ଷୀୟ ପୁତୁରାର ମୃତ୍ୟୁ ଘଟିଛି । କକାକୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ବେଳେ ବରଗଡରେ ତାଙ୍କର ମଧ୍ୟର ଗଲା ଜୀବନ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










