20.1 C
Bhubaneswar
Sunday, February 8, 2026
Homeଓଡିଶାଝିଆରୀକୁ ଗର୍ଭବତୀ କଲା ପିଉସା

ଝିଆରୀକୁ ଗର୍ଭବତୀ କଲା ପିଉସା

ବାଲେଶ୍ୱର : ନାବାଳିକା ଝିଆରୀକୁ ଗର୍ଭବତୀ କଲା ସଂପର୍କୀୟ ପିଉସା । କିଛି ଦିନ ପୂର୍ବରୁ ସିଂଲା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ ପିଉସା ମାଙ୍କଡ଼ ଘଉଡ଼ାଇବାକୁ ଡାକି ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥଲା। ପରେ ନାବାଳିକାଙ୍କ ଦେହରେ ଗର୍ଭବତୀ ହେବାର ଲକ୍ଷଣ ଦେଖାଦେବାରୁ ପରିବାର ଲୋକ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲେ। ପରେ ସେ ଗର୍ଭବତୀ ଥିବା ପରିବାର ଲୋକ ଜାଣି ଏମିତି କିଏ କରିଲେ ଝିଅକୁ ପ୍ରଶ୍ନ କରିଥିଲେ। ଝିଅ ଡରି ନିଜର ସମ୍ପର୍କୀୟ ପିଉସା ମାଙ୍କଡ଼ ଘଉଡ଼ାଇବା ବାହାନାରେ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଘଟଣା ପ୍ରକାଶ କରିଥିଲେ। ପରେ ପରିବାର ଲୋକ ପିଉସାଙ୍କୁ ଡକାଇ ଗତକାଲି ରାତିରେ ସମସ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପିଉସାକୁ ଉଦ୍ଧାରକରି ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking