ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅସ୍ତବ୍ୟସ୍ତ ଗୁଳୁଗୁଳି । ସକାଳ ସାଢେ ୮ଟା ବେଳକୁ ୩୨ ଡିଗ୍ରୀ ଟପିଛି ରାଜଧାନୀର ତାପମାତ୍ରା । ସକାଳ ସାଢେ ୮ ସୁଦ୍ଧା ଭୁବନେଶ୍ୱରରେ ୩୨.୮ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୁତ ହୋଇଛି । ଆସନ୍ତା ୩ ଦିନ ଭିତରେ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ୱାନୁମାନ କରିଛି । ଅନ୍ୟପଟେ କାଳ ବୈଶାଖୀ ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଛି ।










