21.7 C
Bhubaneswar
Monday, February 23, 2026
Homeଦେଶ ବିଦେଶସହି ପାରିଲେ ନାହିଁ ସ୍ତ୍ରୀର ନିର୍ଯାତନା, ଦୁଇପିଲା ସହିତ ସ୍ହାମୀ ହାରିଦେଲେ ଜୀବନ

ସହି ପାରିଲେ ନାହିଁ ସ୍ତ୍ରୀର ନିର୍ଯାତନା, ଦୁଇପିଲା ସହିତ ସ୍ହାମୀ ହାରିଦେଲେ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦଶହରରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ନିର୍ଯାତନା ସହି ନପାରି ଶେଷରେ ନିଜର ଦୁଇ ପିଲାଙ୍କୁ ଧରି ଜୀବନ ହାରି ଦେଇଛନ୍ତି।ବ୍ୟକ୍ତି ଜଣକ ଜୀବନ ହାରିବା  ପୂର୍ବରୁ ତାଙ୍କ ପତ୍ନୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି।  ସୂଚନାଯୋଗ୍ୟ, ବୁଲନ୍ଦଶହରର ଜଟାପୁର ଗାଁର ବାସିନ୍ଦା ପୁନିତ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ଆଣିବା ପାଇଁ ଶ୍ବଶୁର ଘରକୁ ଯାଇଥିଲେ। ଏହି ସମୟରେ ପୁନିତଙ୍କ ସ୍ତ୍ରୀ ଦୁଇପିଲାଙ୍କୁ ଦେଇ କହିଥିଲା ସେ ଆଉ ଯିବ ନାହିଁ। ଏହି ଘଟଣାକୁ ନେଇ ପୁନିତ ଭାଙ୍ଗି ପଡ଼ିଥିଲେ।ମୃତ୍ୟୁ ପୂର୍ବରୁ କାରରେ ବସି କରିଥିବା ଭିଡିଓରେ ସେ କହୁଛନ୍ତି, ‘ ସ୍ତ୍ରୀ ମୋତେ ଅନେକ ନିର୍ଯାତନା ଦେଇ ଆସିଛି। କିନ୍ତୁ ମୁଁ ଛୁଆଙ୍କ ପାଇଁ ସବୁ ସହି ଆସିଛି। କାରଣ ମୁଁ ତ କାମରେ ବାହରେ ରୁହେ ମୋର ଛୁଆ ତା ପାଖରେ ଥାଆନ୍ତି। ସ୍ତ୍ରୀ କିଛିଦିନ ତଳେ ତାର ବାପ ଘରକୁ ଯାଇଥିଲି।

ମୁଁ ଦୀପାବଳି ପୂର୍ବ ଦିନ ରାତିରେ ତାକୁ ଆଣିବାକୁ ଯାଇଥିଲି। କିନ୍ତୁ ସେ ଆସିବାକୁ ମନା କରି ଦେଇଥିଲା । ଆଉ ଦୁଇ ପିଲାଙ୍କୁ ଦେଇ କହିଥିଲା ଏମାନଙ୍କୁ ନେଇଯାଅ।  କ’ଣ କରିବି ଆଜ୍ଞା । ଘରେ ଥିବା ମୋର ବୁଢ଼ୀ ମା’ ପାଖରେ ଦୁଇ ପିଲାଙ୍କୁ ଛାଡ଼ିବା ସମ୍ଭବ ନୁହେଁ କାରଣ ସେ ନିଜେ ବସି ଉଠି ପାରୁ ନାହାନ୍ତି। ସ୍ତ୍ରୀ ତ ପିଲାଙ୍କ ଯତ୍ନ ନେଉ ନାହିଁ ତା ପାଖରେ ଛାଡ଼ି ବି କିଛି ଲାଭ ନାହିଁ। ତେଣୁ ବାଧ୍ୟ ହୋଇ ମୁଁ ବିଷ ପିଇ ମୋ ପୁଅ ଓ ଝିଅ ସହିତ ମିଶି ଜୀବନ ହାରି ଦେଉଛି।’ପୁନିତଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ତିନିଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଦୁଃଖର ବିଷୟ ପୁନିତ ଓ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking