ହାଇଦ୍ରାବାଦ: ହାଇଦ୍ରାବାଦର ରାୟଦୁର୍ଗମ୍ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟା ମହିଳା ୯ ମହଲା କୋଠାରୁ ଡେଇଁ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ଯୌନ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଘର ଓଡ଼ିଶାରେ ଓ ତାଙ୍କ ନାମ ଆଶ୍ରିତା ସିଂହ ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁସାରେ, ରାଜେଶ ବାବୁ ନାମକ ଜଣେ ୫୪ ବର୍ଷୀୟ ବ୍ୟକ୍ତି ‘ମାଇ ହୋମ୍ ଭୁଜା’ ଆପାର୍ଟମେଣ୍ଟର ନବମ ମହଲାରେ ରହୁଥିଲେ । ଗତ ମାସ ୨୪ ତାରିଖରେ ସେ ଓଡ଼ିଶାରୁ ଆଶ୍ରିତା ନାମ୍ନୀ ଜଣେ ମହିଳାଙ୍କୁ ସରୋଗେସି ପାଇଁ ଚୁକ୍ତି କରି ନେଇଥିଲେ । ଏଥିପାଇଁ ରାଜେଶ ୧୦ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସନ୍ଦୀପ ନାମକ ଜଣେ ବ୍ୟକ୍ତି ଆଶ୍ରିତା ଏବଂ ତାଙ୍କ ସ୍ୱାମୀ ସଞ୍ଜୟ ସିଂହଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ । ଅଭିଯୋଗ ମୁତାବକ, ଆଶ୍ରିତାଙ୍କୁ ରାଜେଶ ଜବରଦସ୍ତି ତାଙ୍କ ଫ୍ଲାଟ୍ରେ କିଛି ମାସ ପାଇଁ ରଖିଥିଲେ । ତାଙ୍କ ସ୍ୱାମୀ ସଞ୍ଜୟଙ୍କ ରହିବା ପାଇଁ ରାଜେଶ ସେହି ଆପାର୍ଟମେଣ୍ଟରେ ଆଉ ଏକ ଫ୍ଲାଟ୍ ଦେଇଥିଲେ ।
ଆଶ୍ରିତାଙ୍କୁ ରାଜେଶ ବନ୍ଦୀ ଭାବେ ରଖି ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇଥିଲେ । ଏଥିସହ ସେ ଯେପରି ତାଙ୍କ ସ୍ୱାମୀଙ୍କ ସହ କଥା ହୋଇ ନ ପାରିବେ ସେ ବ୍ୟବସ୍ଥା ବି କରିଥିଲେ । ରାଜେଶଙ୍କ ପରିବାରକୁ ପିଲା ଜନ୍ମ କରି ଦେବା ପାଇଁ ଯାଇଥିବା ଆଶ୍ରିତା ନିର୍ଯାତନାର ଶିକାର ହୋଇଥିଲେ । ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଆଶ୍ରିତା ଚରମ ନିଷ୍ପତ୍ତି ନେଇଥିଲେ । ନବମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ଏ ନେଇ ତାଙ୍କ ସ୍ୱାମୀ ସଞ୍ଜୟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆସନ୍ତା ମାସରେ ଆଶ୍ରିତାଙ୍କ ସରୋଗେସି ପ୍ରକ୍ରିୟା ଆରମ୍ଭ ହେବାର ଥିଲା । କିନ୍ତୁ ସେ ଗର୍ଭବତୀ ହୋଇ ନ ଥିବା ପୁଲିସ ଜାଣିବାକୁ ପାଇଛି । ଯାଇଥିବା ଆଶ୍ରିତା ନିର୍ଯାତନାର ଶିକାର ହୋଇଥିଲେ । ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଆଶ୍ରିତା ଚରମ ନିଷ୍ପତ୍ତି ନେଇଥିଲେ । ନବମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ଏ ନେଇ ତାଙ୍କ ସ୍ୱାମୀ ସଞ୍ଜୟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆସନ୍ତା ମାସରେ ଆଶ୍ରିତାଙ୍କ ସରୋଗେସି ପ୍ରକ୍ରିୟା ଆରମ୍ଭ ହେବାର ଥିଲା । କିନ୍ତୁ ସେ ଗର୍ଭବତୀ ହୋଇ ନ ଥିବା ପୁଲିସ ଜାଣିବାକୁ ପାଇଛି ।