26.1 C
Bhubaneswar
Monday, December 29, 2025
Homeଓଡିଶାସରୁନି ବ୍ରିଜ କାମ: ୧୫ ସୁଦ୍ଧା ନସାରିଲେ ଅଞ୍ଚଳବାସୀଙ୍କ ଆନ୍ଦୋଳନ

ସରୁନି ବ୍ରିଜ କାମ: ୧୫ ସୁଦ୍ଧା ନସାରିଲେ ଅଞ୍ଚଳବାସୀଙ୍କ ଆନ୍ଦୋଳନ

ମୟୂରଭଞ୍ଜ: ପାଞ୍ଚବର୍ଷ ହେଲାଣି ସରୁନି ରାସ୍ତାକାମ କି ନୂତନ ନିର୍ମାଣ ହେଉଥିବା ପୋଲ କାମ l ଫଳରେ ଦୁର୍ଘଟଣା ଘଟୁଛି l କିନ୍ତୁ ସବୁଠୁ ବଡ ଅଭିଯୋଗ ଆସୁଛି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବାରମ୍ବାର ତାଗିଦ କରିଥିଲେ ବି ସରୁନି ଏହି ରାସ୍ତା ଏଵଂ ପୋଲ କାମ । ଅନ୍ୟପଟେ କାମ ସମ୍ପୂର୍ଣ୍ଣ ହୋଇଥିବା ନେଇ ବିଭାଗ ଦର୍ଶାଇଛି ବୋଲି ଆଲୋଚନା ହେଉଛି l ପୋଲ ଏବଂ ରାସ୍ତା କାମ ସମ୍ପୂର୍ଣ୍ଣ ନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଫଳ ଶୂନ l ଜାନୁଆରୀ ପନ୍ଦର ସୁଦ୍ଧା ସମ୍ପୂର୍ଣ୍ଣ ନ ହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀl ଏଭଳି କିଛି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ନୂଆଗାଁ ରୁ l ରରୁଆଁ ରୁ ପଡୋଶୀ ଜିଲ୍ଲା କେନ୍ଦୁଝରର ଚମ୍ପୁଆକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ପାଞ୍ଚବର୍ଷ ଧରି କାମ ହେଉଥିଲେ ମଧ୍ୟ ସରିବାର ନାମ ନେଉନାହିଁ l ପୁଣି ନିମ୍ନମାନର କାମ ବୋଲି ମଧ୍ୟ ଅଭିଯୋଗ ହେଉଛି l ରରୁଆଁ ବ୍ଲକ ଅଧ୍ୟକ୍ଷ ଅଜିତ ତିରିଆ ଏ ବାବଦରେ ବାରମ୍ବାର ତାଗିଦ କରିବା ସତ୍ତ୍ବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରାସ୍ତା କାର୍ଯ୍ୟ ସମ୍ପୂର୍ଣ କରିବାରେ ବିଫଳ ହୋଇଛି l ତେବେ ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର । ତାକୁନେଇ ଚର୍ଚ୍ଚା ହେଉଥିବା ବେଳେ ଏହାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଏବଂ ଲୋକଙ୍କ ସରକାର ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking