18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଜାତିସଂଘ ଜଳବାୟୁ ମୁଖ୍ୟଙ୍କ ବଡ଼ ବୟାନ୍‌; ଭାରତ ଏବେ ବିଶ୍ୱର ସୌର ମହାଶକ୍ତି

ଜାତିସଂଘ ଜଳବାୟୁ ମୁଖ୍ୟଙ୍କ ବଡ଼ ବୟାନ୍‌; ଭାରତ ଏବେ ବିଶ୍ୱର ସୌର ମହାଶକ୍ତି

ନୂଆଦିଲ୍ଲୀ: ଭାରତ ପରିପ୍ରେକ୍ଷୀରେ ଜାତିସଂଘ ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଲ୍ ଏକ ବଡ଼ ବୟାନ୍ ଦେଇଛନ୍ତି। ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ଦିଗରେ ଭାରତର ତତ୍ପରତା ଏବଂ ଦୂରଦ୍ରଷ୍ଟିତାକୁ ସେ ବେଶ୍ ପ୍ରଶଂସା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଇମନ ଷ୍ଟିଲ ଭାରତକୁ ‘ସୌର ମହାଶକ୍ତି’ ବୋଲି ଅଭିହିତ କରିଛନ୍ତି। ସାଇମନ୍ କହିଛନ୍ତି, ସମଗ୍ର ଅର୍ଥନୀତିକୁ ବ୍ୟାପକ କରୁଥିବା ଏକ ଉଚ୍ଚାକାଂକ୍ଷୀ ଜଳବାୟୁ ଯୋଜନା ବିକଶିତ କରିବାକୁ ଏବଂ ଏହାକୁ ଦାଖଲ କରିବାକୁ ସେ ଭାରତକୁ ଅନୁରୋଧ କରୁଛନ୍ତି। କାରଣ ଭାରତ ପାଖରେ ଏସବୁ କରିବାର ସାମର୍ଥ୍ୟ ଥିବା ସେ ଅନୁଭବ କରୁଛନ୍ତି। ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତ ଗସ୍ତରେ ଆସିଥିବା ସାଇମନ୍ ଷ୍ଟିଲ କହିଛନ୍ତି ଯେ, କିଛି ଦେଶ କେବଳ ବିଶ୍ୱ ଜଳବାୟୁ ଉପରେ କଥାବାର୍ତ୍ତା କରୁଥିବା ବେଳେ ଭାରତ କିନ୍ତୁ ବାସ୍ତବରେ ଏଦିଗରେ କାମ କରୁଛି। ୧୦୦ ଗିଗାୱାଟରୁ ଅଧିକ ସୌର ଶକ୍ତି ସ୍ଥାପନ କରିଥିବା ୪ଟି ଦେଶ ମଧ୍ୟରୁ ଭାରତ ଏକ ସୌର ମହାଶକ୍ତି। ୨୦୧୮ ସୁଦ୍ଧା ଭାରତର ବିଭିନ୍ନ ଗାଁରେ ବିଜୁଳି ପହଞ୍ଚାଇବା ସହ ଶକ୍ତି ଉପଲବ୍ଧତା ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ବହୁତ ବଡ଼ ଉପଲବ୍ଧି।

ଷ୍ଟିଲ କହିଛନ୍ତି ଯେ ବର୍ତ୍ତମାନ ପରବର୍ତ୍ତୀ ପଦକ୍ଷେପ ନେବାର ସମୟ ଆସିଛି ଯାହା ଭାରତର ୧.୪ ବିଲିୟନ ଲୋକ ଏବଂ ଅର୍ଥନୀତିକୁ ଆହୁରି ଅଧିକ ଫାଇଦା ଦେବ। ଭାରତ ଏ ଦିଗରେ ଦୃଢ଼ ଗତିରେ ଆଗକୁ ବଢ଼ୁଛି, କିନ୍ତୁ ବିଶ୍ୱ ସ୍ୱଚ୍ଛ ଶକ୍ତି ବୃଦ୍ଧିକୁ ଆହୁରି ଦୃଢ଼ତାର ସହ ଗ୍ରହଣ କଲେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆହୁରି ବୃଦ୍ଧି ପାଇବ। ଷ୍ଟିଲ କହିଛନ୍ତି ଯେ ଭାରତ ପାଖରେ ଏକ ସୁଯୋଗ ଅଛି ଯାହା କେବଳ ଅଳ୍ପ କିଛି ଦେଶ ପାଖରେ ଅଛି । ଶହ ଶହ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ନିୟୋଜିତ କରିବା, ସବୁଜ ଶିଳ୍ପାୟନର ଏକ ନୂତନ ଲହରର ନେତୃତ୍ୱ ନେବା, ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶ, ସମ୍ପ୍ରସାରଣ ଏବଂ ରପ୍ତାନି କରିବା ର ମହତ୍ୱାକାଂକ୍ଷୀ ଯୋଜନାକୁ ଏହା ସାକାର କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking