31.1 C
Bhubaneswar
Monday, March 30, 2026
Homeଦେଶ ବିଦେଶରୁଷ ଦଖଲରେ ଥିବା ଅଞ୍ଚଳରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

ରୁଷ ଦଖଲରେ ଥିବା ଅଞ୍ଚଳରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

ମସ୍କୋ: ୟୁକ୍ରେନ୍ ପକ୍ଷରୁ ରୁଷ୍ ଦଖଲରେ ଥିବା ଖାରକିଭ୍ ଅଞ୍ଚଳରେ ଘାତକ ଡ୍ରୋନ୍ ଆକ୍ରମଣ ହୋଇଛି। ଏହାକୁ ୟୁକ୍ରେନ୍‌ର ଡ୍ରାଗନ୍ ଡ୍ରୋନ୍ ଭାବେ ଅଭିହିତ କରାଯାଉଛି। ୟୁକ୍ରେନ୍‌ର ଏହି ଡ୍ରାଗନ୍ ଡ୍ରୋନ୍ ଖାରକିଭ୍ ଅଞ୍ଚଳରେ ଘାତକ ଥରମାଇଟ୍ ବୋମା (ଆଲୁମିନିୟମ୍ ପାଉଡର ଏବଂ ଆଇରନ୍ ଅକ୍ସାଇଡ୍‌ର ମିଶ୍ରଣ) ବା ମୋଲଟେନ୍ ମେଟାଲ ମାଡ଼ କରିଛି। ଏହି ଡ୍ରାଗନ୍ ବୋମା ଏହା ଆଖି ପିଛୁଳାକେ ସବୁ କିଛି ଜାଳି ଦେବାର କ୍ଷମତା ରଖିଛି।
ୟୁକ୍ରେନର ୬୦ତମ ମେକାନାଇଜଡ୍ ବ୍ରିଗେଡ୍ ପକ୍ଷରୁ ଡ୍ରାଗନ୍ ଡ୍ରୋନ୍‌ର ଏହି ଭୟଙ୍କର ଆକ୍ରମଣଜନିତ ଫୁଟେଜକୁ ଶେୟାର କରାଯାଇଛି। ବ୍ରିଗେଡ୍ ଦର୍ଶାଇଛି ଯେ, ଅନ୍ୟ ଅସ୍ତ୍ରଶସ୍ତ୍ର ଯାହା ସଠିକ ଭାବେ କରିପାରି ନଥାଏ, ତା’କୁ ଡ୍ରାଗନ ଡ୍ରୋନ କରିପାରିଛି। ଏହା ଶତ୍ରୁ ପକ୍ଷକୁ ବିପଦରେ ପକାଇଛି। ଖୋରନେ ଗ୍ରୁପ୍ ନାମ ଏକ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ଘଟଣା ବେଳର ଦୃଶ୍ୟକୁ ଶେୟାର କରାଯାଇଛି। ଏଥିରେ ଅଳ୍ପ ଉଚ୍ଚରେ ଉଡ଼ୁଥିବା ୟୁକ୍ରେନର ଡ୍ରାଗନ ଡ୍ରୋନ ଥରମାଇଟେ ବୋମା ମାଡ଼ କରୁଥିବା ଏବଂ ନିମିଷକେ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି। ପ୍ରକାଶ, ଖାରକିଭ୍‌ରେ ଏବେ ରୁଷ୍ ସେନା ଡେରା ପକାଇଥିବା ବେଳେ ଅନେକ ସାମରିକ ଉପକରଣ ଏବଂ ଗାଡିସବୁ ରଖିଛି। ତେବେ ଏସବୁକୁ ଟାର୍ଗେଟ୍ କରି ଏହି ଥରମାଇଟ୍ ବୋମା ମାଡ଼ କରାଯାଇଛି। ଫଳରେ ରୁଷ୍ ସେନାର ଏକାଧିକ ଗାଡ଼ି, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ସବୁକିଛି ପୋଡିଜଳି ନଷ୍ଟ ହୋଇଯାଇଛି। ୨୦୨୩ରେ ରୁଷ ପକ୍ଷରୁ ୟୁକ୍ରେନ୍‌ର ଭୁହଲେଦାରରେ ଥରମାଇଟେ ବୋମାର ବ୍ୟବହାର କରାଯାଇଥିଲା। ଟ୍ୟାଙ୍କ୍ ଯୁଦ୍ଧରେ ରୁଷ୍ ହାରିବାରୁ ଏହି ବୋମାର ବ୍ୟବହାର କରିଥିଲା। ଏବେ ୟୁକ୍ରେନ ସମାନ ପଦକ୍ଷେପ ଗ୍ରହଣ କରି ରୁଷ ଦଖଲରେ ଥିବା ଅଞ୍ଚଳରେ ହମଲା କରିଛି। ଏହି ଅସ୍ତ୍ରକୁ ପୂରା ବିଶ୍ୱରେ ସବୁଠାରୁ ବିପଦଜନକ ଅସ୍ତ୍ର ଭାବେ ବିବେଚନା କରାଯାଏ। ଯୁଦ୍ଧରେ ଏପ୍ରକାର ବୋମାର ପ୍ରୟୋଗ ଉପରେ କେତେକ ବାରଣ ରହିଛି। କିନ୍ତୁ ଏହାସତ୍ତ୍ୱେ ପ୍ରଥମେ ରୁଷ୍ ପକ୍ଷରୁ ଏବଂ ଏବେ ୟୁକ୍ରେନ୍ ପକ୍ଷରୁ ଏହି ବୋମାର ପ୍ରୟୋଗ କରାଯାଇଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଆମେରିକା, ୟୁରୋପୀୟ ରାଷ୍ଟ୍ର ଏବଂ ନାଟୋ ପକ୍ଷରୁ ବାରମ୍ବାର ଅନୁୂରୋଧ କରାଯିବା ସତ୍ତ୍ୱେ ଇରାନ୍ ସରକାର ରୁଷ୍‌କୁ ସର୍ଟ ରେଞ୍ଜ୍ ବାଲିଷ୍ଟିକ୍ ମିସାଇଲ୍ ଯୋଗାଇଥିବା ଜଣାପଡିଛି। ୟୁକ୍ରେନ୍ ସହ ରୁଷ୍‌ର ଯୁଦ୍ଧ ଜାରି ରହିଥିବା ବେଳେ ରୁଷ୍‌କୁ ଇରାନ୍ ଏପ୍ରକାର ମିସାଇଲ୍ ଯୋଗାଇବାକୁ ନେଇ ଏବେ ସମଗ୍ର ବିଶ୍ୱ ସତର୍କ ହୋଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking