24.1 C
Bhubaneswar
Tuesday, February 10, 2026
Homeଅପରାଧମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ

ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ

ମସ୍କୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି। ସେପଟେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମସ୍କୋ ଉପରେ ସବୁଠାରୁ ବଡ ଆକ୍ରମଣ କରିଛି ୟୁକ୍ରେନ। ୟୁକ୍ରେନ୍ ରବିବାର ୩୪ଟି ଡ୍ରୋନ୍ ସହ ମସ୍କୋ ଉପରେ ଆକ୍ରମଣ କରିଥିଲା। ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ଋଷର ରାଜଧାନୀ ଉପରେ ହୋଇଥିବା ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି। ଏହି କାରଣରୁ ରୁଷିଆକୁ ତିନୋଟି ପ୍ରମୁଖ ବିମାନ ବନ୍ଦରରୁ ବିମାନ ଡାଇଭର୍ଟ କରିବାକୁ ପଡିଥିଲା । ଏଥିରେ ଜଣେ ଆହତ ହୋଇଛନ୍ତି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରବିବାର ଦିନ ୟୁକ୍ରେନ ପକ୍ଷରୁ ମସ୍କୋ ସମେତ ରୁଷ ଆଉ କେତେକ ଅଂଚଳ ଉପରେ ମୋଟ ୭୦ଟି ଡ୍ରୋନ ମାଧ୍ୟମରେ ଆକ୍ରମଣ କରାଯାଇଥିଲା । କେବଳ ମସ୍କୋ ଉପରେ ୩୪ଟି ଡ୍ରୋନ ଆକ୍ରମଣ ହୋଇଥିଲା । ସେହିପରି ବ୍ରାୟାନସ୍କ ଓ କଲୁଗା ଅଂଚଳ ଉପରେ ୭ଟି ଲେଖାଏଁ ଡ୍ରୋନ ଆକ୍ରମଣ ହୋଇଥିଲା । ତେବେ ରୁଷର ଏୟାର ଡିଫେନ୍ସ ସିଷ୍ଟମ ସେଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ନଷ୍ଟ କରିଦେଇଥିଲା । ମାତ୍ର କେତୋଟି ଡ୍ରୋନ ଆବାସିକ ଇଲାକାରେ ପଡ଼ିବା ଫଳରେ କେତେକ ଘର କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣରେ ଜଣେ ମହିଳା ଆହତ ହୋଇଥିବା ରୁଷ ଗଣମାଧ୍ୟମ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking