19.1 C
Bhubaneswar
Saturday, December 27, 2025
Homeଦେଶ ବିଦେଶବ୍ରିଟେନ ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ

ବ୍ରିଟେନ ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ

ବ୍ରିଟେନ : ବ୍ରିଟେନ ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ । ନିର୍ବାଚନରେ ବାଜି ମାରିଛି କେର୍‍ ଷ୍ଟାର୍ମରଙ୍କ ଲେବର ପାର୍ଟି । ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ବହୁମତ ମିଳିଛି । ଲେବର ପାର୍ଟିକୁ ୩୫୮ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର ୮୧ଆସନ ମିଳିଛି । ପରାଜୟ ସ୍ୱୀକାର କରିଛନ୍ତି ଋଷି ସୁନକ । ହାରିବା ପରେ କେର୍‍ ଷ୍ଟାର୍ମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ଋଷି ସୁନକ । ସୂଚନା ଅନୁସାରେ ୧୪ ବର୍ଷ ପରେ ବ୍ରିଟେନରୁ କ୍ଷମତାଚୁତ୍ୟ ହୋଇଛି କଞ୍ଜରଭେଟିଭ ପାର୍ଟି ।

ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା। ଫଳାଫଳ ଅନୁସାରେ, କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି। ଫଳରେ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଛି। ସେପଟେ ଦେଢ଼ ଦଶନ୍ଧି ପରେ ସତ୍ତାକୁ ଫେରିଛି ଲେବର୍ ପାର୍ଟି। ଭାବି ପ୍ରଧାନମନ୍ତ୍ରୀ କେର୍ ଷ୍ଟାରମେରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ। ବ୍ରିଟେନରେ ୬୫୦ ସଂସଦୀୟ ନିର୍ବାଚନମଣ୍ଡଳୀ ଥିବାବେଳେ ସରକାର ଗଢିବା ପାଇଁ ମ୍ୟାଜିକ୍ ନଂ ହେଉଛି ୩୨୬। ଏଥିରୁ ଲେବର୍ ପାର୍ଟି ୩୭୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି। ସେପଟେ ସୁନକଙ୍କୁ ୯୨ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ପାଇଛନ୍ତି ୯୦ଟି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking