28.1 C
Bhubaneswar
Sunday, September 8, 2024
Homeଅପରାଧସାମାନ୍ୟ ବଚସା ନେଲା ଉଗ୍ରରୂପ ; ଚାଲିଗଲା ମାଆର ଜୀବନ ,ବାପା ଗୁରୁତର

ସାମାନ୍ୟ ବଚସା ନେଲା ଉଗ୍ରରୂପ ; ଚାଲିଗଲା ମାଆର ଜୀବନ ,ବାପା ଗୁରୁତର

ବଲାଙ୍ଗୀର : ସାମାନ୍ୟ ବଚସା ନେଲା ଉଗ୍ରରୂପ । ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ । ବାପା ପୁଅର ବଚସା ରୋକିବାକୁ ଯାଇ ଚାଲିଗଲା ମା ର ଜୀବନ । ସୂଚନା ଅନୁଯାୟୀ ଝାଙ୍କରପାଲି ଗ୍ରାମର କ୍ଷେତ୍ର ବରିହା ବୁଧବାର ରାତିରେ ମଦ ପିଇ ଘରକୁ ଆସି ବାପା କୈଫୁଲ ବରିହାଙ୍କ ସଙ୍ଗେ କୌଣସି ବିଷୟକୁ ନେଇ ବଚସା ଆରମ୍ଭ ହୋଇଥିଲା । ବଚସା ଏତେ ବଢିଯାଇଥିଲା ପୁଅ ବାପାକୁ ମାଡ ମାରିବା ସମୟରେ ମା ଜୟକୁମାରୀ ଦୁଇ ଜଣଙ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପୁଅ କ୍ଷେତ୍ର ମାଆଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ସେ କଚାଡି ହୋଇ ତଳେ ପଡ଼ି ଯାଇଥିଲେ । ଉଭୟ ବାପା ଏବଂ ମା ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଏସବୁ ଦେଖି କେହି ଜଣେ ଆମ୍ବୁଲାନ୍ସ କୁ ଫୋନ କରି ଡାକିଥିଲେ । ଗୁରୁତର ଅବସ୍ଥାରେ ମା ଏବଂ ବାପାଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତର ଖାନା ପରେ ବଲାଙ୍ଗୀରକୁ ସ୍ଥାନାନ୍ତର କରାଯାଇଥିଲା । ବଲାଙ୍ଗୀରରେ ମାଜୟକୁମାରୀଙ୍କ ସ୍ୱାସ୍ଥ୍ୟ ଆହୁରି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା କୈଫୁଲ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ବିଷୟରେ ଖବର ପାଇ ଖପ୍ରାଖୋଲ ପୋଲିସ ଶବକୁ ଜବତ କରିଥିବାବେଳେ ଘଟଣାର ତଦନ୍ତ ଚlଲିଥିବା ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ଏନେଇ ଥାନାରେ କେସ ନଂ ୧୭୪/୨୦୨୪ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking