21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶରଦ୍ଦ ହେଲା ୟୁଜିସି ନେଟ୍‌ ପରୀକ୍ଷା

ରଦ୍ଦ ହେଲା ୟୁଜିସି ନେଟ୍‌ ପରୀକ୍ଷା

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ମଙ୍ଗଳବାର ହୋଇଥିବା ନେଟ୍‌ ପରୀକ୍ଷାକୁ ଶିକ୍ଷା ମନ୍ତ୍ରାଳୟ ବାତିଲ୍‌ କରିଦେଇଛି। ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପରୀକ୍ଷାକୁ ବାତିଲ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଅନ୍ତର୍ଗତ ରାଷ୍ଟ୍ରୀୟ ସାଇବର ଅପରାଧ ବିଶ୍ଳେଷଣ ୟୁନିଟ୍‌କୁ ନେଟ୍‌ ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ସୂଚନା ମିଳିଥିଲା। ପରୀକ୍ଷା ପରିଚାଳନାରେ ସଠିକ ଭାବେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନ ଥିବା ନେଇ ପ୍ରାଥମିକ ଭାବେ ଜଣାପଡ଼ିଥିଲା। ଅତଏବ ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ କାଳବିଳମ୍ବ ନକରି କେନ୍ଦ୍ର ସରକାର ପରୀକ୍ଷା ବାତିଲ କରିବା ସହ ଏହି ଘଟଣାରେ ସିବିଆଇ ତଦନ୍ତ ପରି ବଡ଼ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୧୮ ତାରିଖରେ ଦେଶର ୩୧୭ଟି ସହରର ୧୨୦୫ଟି ପରୀକ୍ଷା କେନ୍ଦ୍ରରେ ନେଟ୍‌ ପରୀକ୍ଷା ହୋଇଥିଲା। ଦୁଇଟି ପର୍ୟ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ମୋଟ୍‌ ୯ ଲକ୍ଷ ୮ ହଜାର ୫୮୦ ଜଣ ପରୀକ୍ଷା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking