21.1 C
Bhubaneswar
Saturday, December 28, 2024
Homeଓଡିଶାଜାନୁଆରୀ ୩ରୁ ୟୁଜିସି ନେଟ୍ ପରୀକ୍ଷା

ଜାନୁଆରୀ ୩ରୁ ୟୁଜିସି ନେଟ୍ ପରୀକ୍ଷା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ଏହି ପରୀକ୍ଷା ୧୬ ଯାଏ ଚାଲିବ । ସିବିଟି ମୋଡରେ ୮୫ଟି ବିଷୟରେ ଏହି ପରୀକ୍ଷା ହେବ । ପ୍ରତିଦିନ ୨ଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ ରେ ପବ୍ଲିକ ଆଡମିନିଷ୍ଟ୍ରେସନ୍‌, ଶିକ୍ଷା, ଅର୍ଥନୀତି, ଗ୍ରାମାଞ୍ଚଳ ଅର୍ଥନୀତି, ସମବାୟ, ଆପ୍ଲାଏଡ୍‌ ଅର୍ଥନୀତି, ବିକଶିତ ଅର୍ଥନୀତି, ବ୍ୟବସାୟ ଅର୍ଥନୀତି ପ୍ରମୁଖ ରହିଛି । ୬ରେ କମ୍ପ୍ୟୁଟର ସାଇନ୍ସ, ରାଜନୀତି ବିଜ୍ଞାନ । ୭ ରେ ବାଣିଜ୍ୟ ଓ ଇଂରାଜୀ । ୮ରେ ହିନ୍ଦୀ, ଯୋଗ, ସୋସିଆଲ୍‌ ୱାର୍କ, ସାନ୍ତାଳୀ, ୯ରେ ଓଡ଼ିଆ, ମ୍ୟାନେଜ୍‌ମେଣ୍ଟ, ଶାରିରୀକ ଶିକ୍ଷା, ସଂସ୍କୃତ, ଆୟୁର୍ବେଦ ବାୟୋଲୋଜି, ପ୍ରାକୃତିକ ବିପର୍ଯ୍ୟୟ, ୧୦ରେ ଇତିହାସ, ମନସ୍ତତ୍ୱ ବିଜ୍ଞାନ, ପପୁଲେସନ୍‌ ଷ୍ଟଡିଜ୍‌ ପରୀକ୍ଷା ଅଛି । ସେହିପରି ୧୫ରେ ସଂସ୍କୃତ, ସାମ୍ବାଦିକତା ଓ ଗଣଯୋଗାଯୋଗ, ପରିବେଶ ବିଜ୍ଞାନ ପରୀକ୍ଷା ହେବ । ୧୬ରେ ସାମାଜିକ ବିଜ୍ଞାନ, ଦର୍ଶନଶାସ୍ତ୍ର ପରୀକ୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking