19.1 C
Bhubaneswar
Tuesday, February 10, 2026
Homeଓଡିଶାପ୍ରକାଶ ପାଇଲା ୟୁଜି ଦ୍ୱିତୀୟ ରାଉଣ୍ଡ ମେରିଟ୍ ଲିଷ୍ଟ

ପ୍ରକାଶ ପାଇଲା ୟୁଜି ଦ୍ୱିତୀୟ ରାଉଣ୍ଡ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ୟୁଜି ଦ୍ୱିତୀୟ ରାଉଣ୍ଡ ମେରିଟ୍ ଲିଷ୍ଟ। ଦ୍ୱିତୀୟ ରାଉଣ୍ଡ ମେରିଟ୍ ଲିଷ୍ଟରେ ୪୫ ହଜାର ୫୦୨ ଛାତ୍ରଛାତ୍ରୀଙ୍କ ନାମ ଆସିଛି। ୫୨ ହଜାର ୧୨୬ ଜଣ ପିଲା ସ୍ଲାଇଡ୍‌/ଫ୍ଲୋଟ ଅପସନ ଦେଇଥିଲେ। ଯେଉଁମାନେ ଦ୍ୱିତୀୟ ରାଉଣ୍ଡ ମେରିଟ୍ ତାଲିକାରେ ଅଛନ୍ତି ସେମାନେ ୨୩ ତାରିଖରୁ ୨୫ ତାରିଖ ମଧ୍ୟରେ କଲେଜରେ ରିପୋର୍ଟ ନିର୍ଦ୍ଦେଶ କରିବେ। ପ୍ରଥମ ରାଉଣ୍ଡରେ ୭୯ ହଜାର ୭୫୨ ଜଣ ନାମ ଲେଖାଇଥିଲେ।

ଶନିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡରେ ସିଲେକ୍ଟ ହୋଇଥିବା ପିଲା ନାମଲେଖାଇ ଥିଲେ। ପ୍ରଥମ ରାଉଣ୍ଡ ୟୁଜି ୨୦୨୫-୨୬ ନାମଲେଖା ଅବଧି ବଢ଼ିଥିଲା। ଜୁନ୍ ୨୧ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଥିଲା ସମୟସୀମା। ଟଙ୍କା ଜମା କରି ନ ଥିଲେ, ବର୍ଦ୍ଧିତ ସମୟ ଭିତରେ କରିଥିଲେ ଛାତ୍ରଛାତ୍ରୀ। ରାଜ୍ୟରେ ବିଭିନ୍ନ କଲେଜଗୁଡ଼ିକରେ ୟୁଜି ନାମଲେଖା ଜୋରସୋରରେ ଆଗେଇ ଚାଲିଛି । କଲେଜରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଭିଷଣ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଭିଡ଼ ଓ ପିଲାଙ୍କ ଆଗ୍ରହକୁ ନେଇ ୟୁଜି ନାମଲେଖାର ଅବଧି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଢ଼ାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking