15.1 C
Bhubaneswar
Thursday, December 18, 2025
Homeଓଡିଶାଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

ଭୁବନେଶ୍ୱର: ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ । ଦୁଷ୍କର୍ମ ଅଭିଯୋଗ ଆସିବା ପରେ ନିଲମ୍ବିତ ହୋଇଛନ୍ତି । ଏନେଇ ଏନଏସୟୁଆଇ ଜାତୀୟ ସଭାପତି ବରୁଣ ଚୌଧୁରୀ ସୂଚନା ଦେଇଛନ୍ତି । ପୀଡିତାଙ୍କ ବୟାନ ଆଧାରରେ ଗତକାଲି ଉଦିତ ପ୍ରଧାନଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲା ପୋଲିସ ।

ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେଠାରେ ରହି ପୀଡିତା ସହ ଦୁଷ୍କର୍ମ କରିଥିଲେ ।ଦୁଷ୍କର୍ମ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୁଲିସ ଉଦିତଙ୍କୁ ରାତି‌ରେ ଉଠାଇ ନେଇଛି। ଏହି ଖବର ପାଇ ଉଦିତଙ୍କ ପରିବାର ଏବଂ ଛାତ୍ର କଂଗ୍ରେସର ପ୍ରାୟ ୫୦ଜଣ ମଞ୍ଚେଶ୍ବର ଥାନା ସମ୍ମୁଖରେ ଏକାଠି ହୋଇଛନ୍ତି। ପୁଲିସ ସେମାନଙ୍କୁ ଭିତରକୁ ଯିବାକୁ ଦେଉନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking