26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଚନ୍ଦ୍ରଚୂଡଙ୍କୁ ଟାର୍ଗେଟ୍ କଲେ ଉଦ୍ଧବ ଠାକରେ; ବିଚାରପତି ନହୋଇ ଶିକ୍ଷକ ହୋଇଥିଲେ ଭଲ ହୋଇଥାନ୍ତା

ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ୍ କଲେ ଉଦ୍ଧବ ଠାକରେ; ବିଚାରପତି ନହୋଇ ଶିକ୍ଷକ ହୋଇଥିଲେ ଭଲ ହୋଇଥାନ୍ତା

ନୂଆଦିଲ୍ଲୀ: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଦେଶର ପୂର୍ବତନ ସିଜେଆଇ ଜଷ୍ଟିସ୍ ଡି ୱାଇ ଚନ୍ଦଚୂଡଙ୍କୁ ଟାର୍ଗେଟ୍ କରିଛନ୍ତି। ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇ ଉଦ୍ଧବ କହିଛନ୍ତି ଯେ, ଜଷ୍ଟିସ୍ ଚନ୍ଦ୍ରଚୂଡ ନ୍ୟାୟ ଦେବା ପରିବର୍ତ୍ତେ ଅଧିକ ବୟାନବାଜି କରୁଥିଲେ। ସେ ଜଣେ ବିଚାରପତି ହେବା ବଦଳରେ ଜଣେ ଶିକ୍ଷକ ହୋଇଥିଲେ ହୁଏତ ବେଶୀ ଭଲ ହୋଇଥାନ୍ତା। ନ୍ୟାୟିକ ବ୍ୟବସ୍ଥା ଅନ୍ତର୍ଗତ ମାମଲା ଉପରେ ଶୁଣାଣି କରିବା ପରିବର୍ତ୍ତେ ସେ ଅଧିକ ଉପଦେଶ ଅଧିକ ଦେଉଥିଲେ। ତେବେ ଉଦ୍ଧବଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଉଦ୍ଧବ କହିଛନ୍ତି, ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ଚନ୍ଦ୍ରଚୂଡ ନିଜର ନିଷ୍ପତ୍ତି ଶୁଣାଇନଥିଲେ। ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚନ୍ଦ୍ରଚୂଡ ନ୍ୟାୟ ଦେବା ପରିବର୍ତ୍ତେ ଟିପ୍ପଣୀକାର ହୋଇଯାଇଥିଲେ। ସେ ନ୍ୟାୟଧିଶଙ୍କ ସ୍ଥାନରେ ଯଦି ଆଇନ୍ ଶିକ୍ଷକ ହୋଇଥାନ୍ତେ ତେବେ ତାଙ୍କୁ ଅଧିକ ପ୍ରସିଦ୍ଧି ମିଳିଥାନ୍ତା ବୋଲି ଉଦ୍ଧବ କହିଛନ୍ତି। ସେହିପରି ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁନାହିଁ। ଯେଉଁମାନେ ମହାରାଷ୍ଟ୍ରକୁ ଶୋଷଣ କରୁଛନ୍ତି ସେମାନଙ୍କୁ ପରାଜିତ କରିବା ତାଙ୍କର ପ୍ରାଥମିକତା ରହିଛି। ଅମିତ ଶାହା ବର୍ତ୍ତମାନ ଦେବେନ୍ଦ୍ର ଫଡନଭୀସଙ୍କୁ ସମ୍ଭାବିତ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି। କ’ଣ ଏକନାଥ ଶିନ୍ଦେ ଓ ଅଜିତ ପାୱାର ଏହାକୁ ଗ୍ରହଣ କରୁଛନ୍ତି ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking