20.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଗୁଜୁରାଟରେ ଖୁବଶୀଘ୍ର  ଲାଗୁ ହେବ ୟୁସିସି

ଗୁଜୁରାଟରେ ଖୁବଶୀଘ୍ର  ଲାଗୁ ହେବ ୟୁସିସି

ନୂଆଦିଲ୍ଲୀ : ରାଜ୍ୟରେ ୟୁସିସି ଲାଗୁ ପାଇଁ କମିଟି ଗଠନ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ।  ୟୁସିସି ଲାଗୁ କରିବା ନେଇ ଏହି କମିଟିର ରିପୋର୍ଟ ପରେ ରାଜ୍ୟରେ ୟୁସିସି  ଲାଗୁ କରାଯିବ ବୋଲି କହିଛନ୍ତି ଭୁପେନ୍ଦ୍ର ପଟେଲ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଦେଶାଇଙ୍କ ଅଧ୍ୟକ୍ଷତାରେ କିମିଟି ଗଠନ କରାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗୁରୁବାର ଏକ ୫ ଜଣିଆ ଡ୍ରାଫ୍ଟ କିମଟି ଗଠନ କରିଛନ୍ତି । ଚଳିତ ବର୍ଷ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡର ବିଜେପି ସରକାର ୟୁସିସି ଲାଗୁ କରିଛନ୍ତି।  ୨୦୨୨ରେ ୟୁସିସି ଉପରେ ଅଧିକ ତର୍ଜମା କରିବା ପାଇଁ ଏକ କମିଟି ଗଠନ କରିବାକୁ ଗୁଜରାଟ ବିଧାନସଭାରେ ସ୍ବୀକୃତି ପାଇଥିଲା। ଏହି କମିଟି ୪୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ। ରିପୋର୍ଟରେ କରାଯାଇଥିବା ସୁପାରିଶ ଆଧାରରେ ଆଇନ ଆସିବ ବୋଲି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ। ୟୁସିସି ତଥା ଏକକ ଆଇନ ବ୍ୟବସ୍ଥା ଦ୍ବାରା ରାଜ୍ୟର ସବୁ ନାଗରିକଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା ଲାଗୁ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking