26.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଉବୁଟୁବୁ ହେଉଛି ପାକିସ୍ତାନ-ଚାଇନା!

ଉବୁଟୁବୁ ହେଉଛି ପାକିସ୍ତାନ-ଚାଇନା!

ଇସଲାମାବାଦ: ବର୍ଷା ଯୋଗୁ ସବୁଠି ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଗୋଟିଏ ପଟେ ଭାରତର ବିଭିନ୍ନ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ତାନରେ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ଚାଇନା ମଧ୍ୟ ବନ୍ୟା ଯୋଗୁ ବିଚଳିତ ହୋଇ ପଡିଲାଣି। ପାକିସ୍ତାନରେ ବନ୍ୟା ଏପରି ତାଣ୍ଡବ ସୃଷ୍ଟି କରିଛି ଯେ ମାତ୍ର ଦୁଇ ମାସ ମଧ୍ୟରେ ୨୯୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୯୯ ଜଣଙ୍କ ମଧ୍ୟରୁ ୧୪୦ ଜଣ କେବଳ ଶିଶୁ। ଏହା ବ୍ୟତୀତ ୭୦୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅର୍ଥାତମୃତକଙ୍କ ବିଷୟରେ ସୂଚନା ଦେଇଛି। କହିଛି ଯେ ଜୁନ ୨୬ ତାରିଖରେ ବନ୍ୟା ଆରମ୍ଭ ହୋଇଥିଲା, ଯାହା ପରେ ସାରା ଦେଶରେ ବିନାଶ ଘଟିଛି। ଜୁନ ୨୬ ତାରିଖରୁ ଏବେ ପର୍ଯ୍ୟନ୍ତ ୨୯୯ ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ଖବରକାଗଜର ସୂଚନା ଅନୁଯାୟୀ, ପାକିସ୍ତାନର ଅନେକ ଅଞ୍ଚଳ ବର୍ତ୍ତମାନ ବନ୍ୟାର ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଉଛି। ସରକାରୀ ସଂଖ୍ୟା ଅନୁଯାୟୀ, ପ୍ରବଳ ବର୍ଷା ୧,୬୭୬ ଘର କ୍ଷତିଗ୍ରସ୍ତ କରିଛି। ୫୬୨ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୧,୧୧୪ ଘର ଆଂଶିକ ଭାବରେ ନଷ୍ଟ ହୋଇଯାଇଛି। ବନ୍ୟା ଯୋଗୁ ୪୦୦ ରୁ ଅଧିକ ପ୍ରାଣୀ ମୃତ୍ୟୁବରଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking