14.1 C
Bhubaneswar
Wednesday, January 14, 2026
Homeଖେଳୟୁଏଇ ମହିଳା ଟିମ୍‌କୁ ଦିନିକିଆ ମାନ୍ୟତା

ୟୁଏଇ ମହିଳା ଟିମ୍‌କୁ ଦିନିକିଆ ମାନ୍ୟତା

ଦୁବାଇ: ୟୁଏଇ ମହିଳା କ୍ରିକେଟ୍ ଟିମ୍‌କୁ ଆଗାମୀ ୨୦୨୫-୨୦୨୯ ସାଇକ୍ଲ ପାଇଁ ଆଇସିସି ଦିନିକିଆ ମାନ୍ୟତା ମିଳିଛି। ଆମେରିକା ମହିଳା ଟିମ୍ ଦିନିକିଆ ମାନ୍ୟତା ହରାଇବା ପରେ ୟୁଏଇକୁ ଏହି ସୁଯୋଗ ମିଳିଛି। ଏବେ ୟୁଏଇ ୧୬ ମହିଳା ଟିମ୍ ତାଲିକାରେ ସ୍ଥାନ ପାଇଛି। ଏହା ମେ ୧୨ ତାରିଖରୁ ଲାଗୁହେବ। ଏହି ୧୬ ଟିମ୍‌ରେ ପାଞ୍ଚ ଆସୋସିଏଟ୍ ସଦସ୍ୟ ଥାଇଲାଣ୍ଡ, ନେଦରଲାଣ୍ଡ୍‌, ପାପୁଆ ନ୍ୟୁ ଗିନି (ପିଏନ୍‌ଜି), ସ୍କଟ୍‌ଲାଣ୍ଡ ଓ ୟୁଏଇ ସାମିଲ ହୋଇଛନ୍ତି। ଥାଇଲାଣ୍ଡ, ନେଦରଲାଣ୍ଡ, ପିଏନ୍‌ଜି ଓ ସ୍କଟ୍‌ଲାଣ୍ଡ୍ ନିଜ ମାନ୍ୟତା ବଜାୟ ରଖିଥିବା ବେଳେ ୟୁଏସ୍ ସ୍ଥାନରେ ୟୁଏଇ ଲିଷ୍ଟ୍‌ରେ ସାମିଲ ହୋଇଛି।

ଥାଇଲାଣ୍ଡ୍ ଓ ସ୍କଟ୍‌ଲାଣ୍ଡ୍ ନିକଟରେ ଆୟୋଜିତ ମହିଳା ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍‌ରେ ସ୍ଥାନ ହାସଲ କରି ନିଜ ନିଜର ଦିନିକିଆ ମାନ୍ୟତା ସୁନିଶ୍ଚିତ କରିଥିବା ବେଳେ ପିଏନ୍‌ଜି ଓ ନେଦରଲାଣ୍ଡ୍ ଟି-୨୦ ର‌୍ୟାଙ୍କିଙ୍ଗ୍ ଆଧାରରେ ନିଜ ମାନ୍ୟତା ବଜାୟ ରଖିଛନ୍ତି। ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ୟୁଏଇ ୧୬ଶ ସ୍ଥାନରେ ରହି ପରବର୍ତ୍ତୀ ସର୍ବୋଚ୍ଚ ର‌୍ୟାଙ୍କିଙ୍ଗ୍‌ର ଆସୋସିଏଟ୍ ଟିମ୍ ଭାବେ ନିଜର ଦିନିକିଆ ମାନ୍ୟତା ସୁନିଶ୍ଚିତ କରିଛି। ଦିନିକିଆ ମାନ୍ୟତା ହାସଲ କରିଥିବା ଟିମ୍‌ଙ୍କୁ ର‌୍ୟାଙ୍କିଙ୍ଗ୍ ହାସଲ କରିବା କିମ୍ବା ବଜାୟ ରଖିବା ପାଇଁ ତିନିରୁ ଚାରିବର୍ଷ ଅବଧି ମଧ୍ୟରେ ଅତିକମ୍‌ରେ ଆଠ ଦିନିକିଆ ମ୍ୟାଚ୍ ଖେଳିବାକୁ ପଡ଼ିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking