26.1 C
Bhubaneswar
Thursday, March 19, 2026
Homeଓଡିଶାଇବ୍‌ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

ଇବ୍‌ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

ଝାରସୁଗୁଡ଼ା: ରାଜସ୍ଥାନର ଦୁଇ ଜଣ ଯୁବକ ଆଜି ଅପରାହ୍‌ଣ ସମୟରେ ଇବ୍‌ ନଦୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ନିଖୋଜ ଯୁବକମାନେ ହେଲେ ସୋହନ ପାଲେୱାଲ ଏବଂ ମଙ୍ଗିଲାଲ ପାଲେୱାଲ। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀର ଏକ ସ୍ବତନ୍ତ୍ର ଟିମ୍‌ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି। ସୂଚନା ଅନୁସାରେ ରାଜସ୍ଥାନର ସୋହନ ପାଲେୱାଲ ଏବଂ ମଙ୍ଗିଲାଲ ପାଲେୱାଲ ଝାରସୁଗୁଡା ଗାନ୍ଧୀଛକ ଅଂଚଳରେ ଛୋଟ ଛୋଟ ଦୋକାନ ଲଗାଇ ଜଲେବି ବିକ୍ରି କରନ୍ତି। ସେମାନେ ଆଜି ଅପରାହ୍‌ଣରେ କିଛି ଅନ୍ୟ ସାଙ୍ଗସାଥୀଙ୍କ ସହିତ ଇବ୍‌ ନଦୀକୁ ଗାଧୋଇବାକୁ ଯାଇଥିଲେ। ଜଳର ସ୍ରୋତ ଜାଣି ନପାରି ସେମାନେ ଗଭୀର ପାଣି ଭିତରେ ପଶିଯାଇଥିଲେ। ସେମାନେ ବାହାରକୁ ଆସିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ସମ୍ଭବତଃ ସୋହନ ପାଲେୱାଲ ଏବଂ ମଙ୍ଗିଲାଲ ପାଲେୱାଲଙ୍କୁ ପ୍ରଖର ଜଳସ୍ରୋତ ଭସାଇ ନେଇଥାଇ ପାରେ।

ରାଜସ୍ଥାନର ଦୁଇ ଜଣ ଯୁବକ ଆଜି ଅପରାହ୍‌ଣରେ କିଛି ଅନ୍ୟ ସାଙ୍ଗସାଥୀଙ୍କ ସହିତ ଇବ୍‌ ନଦୀକୁ ଗାଧୋଇବାକୁ ଯାଇଥିଲେ। ଜଳର ସ୍ରୋତ ଜାଣି ନପାରି ସେମାନେ ଗଭୀର ପାଣି ଭିତରେ ପଶିଯାଇଥିଲେ। ତେବେ ସ୍ଥାନୀୟ ଲୋକମାନେ ଦୁଇ ଜଣ ଲୋକ ପାଣିରେ ବୁଡ଼ି ଯାଉଥିବା ନେଇ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାମ ଜାରି ରଖିଥିବା ବେଳେ ସନ୍ଧ୍ୟା ହୋଇଯାଇଥିବାରୁ ଅପରେସନରେ ବାଧକ ସାଜିଛି। ଗାନ୍ଧୀଛକ ଫାଣ୍ଡି ଅଗ୍ନିଶମ ଓ ପୁଲିସର ସ୍ବତନ୍ତ୍ର ଟିମ୍‌ ପହଂଚି ଖୋଜାଖୋଜି କରୁଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking