29.1 C
Bhubaneswar
Friday, June 27, 2025
Homeଓଡିଶାଗାଡି ଧକ୍କାରେ ଦୁଇ ଯୁବକ ମୃତ

ଗାଡି ଧକ୍କାରେ ଦୁଇ ଯୁବକ ମୃତ

ସୁନ୍ଦରଗଡ: ଏକ ଅଜଣା ଗାଡିି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବାଲିଶଙ୍କରା ୨୩ ମାଇଲ ଠାରେ ରବିବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡିି ଧକ୍କାରେ ଦୁଇ ବାଇକ ଆରୋହୀ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁଇ ମୃତକ ମାଳିଡିହି ଗ୍ରାମର ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନ ବୋଲି ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତଳସରା ଥାନାକୁ ଖବର ଦେଇଥିଲେ । ଖବର ପାଇ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking