ବ୍ୟୁରୋ : ଜମ୍ମୁ- କଶ୍ମୀରରେ ପୁଣିଥରେ ଆତଙ୍କବାଦୀର ଭୟାବହ ଦେଖାଦେଇଛି । ବଡଗ୍ରାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି ଆତଙ୍କୀ । ସୂଚନା ଅଌଶଗ୍ଧ;ୁସାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟ ଜଳ ଜୀବନ ମିଶନ ଅଧୀନରେ ଚାଲିଥିବା ଏକ ପ୍ରୋଜେକ୍ଟର ଶ୍ରମିକ ଭାବେ କାମ କରୁଥିଲେ । ପୂର୍ବରୁ ମଧ୍ୟ ଘାଟିରେ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି । ପାକିସ୍ତାନର ଲଶ୍କର – ଏ- ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲେ । ଏହି ଆକ୍ରମଣରେ ସଂପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦକ୍ଷିଣ କଶ୍ମୀର ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ପାକିସ୍ତାନରୁ ଆସିଥିବା କୁହାଯାଉଛି ।