27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶପ୍ରେମରେ ପଡ଼ିଲେ ଦୁଇ ମହିଳା; ବିବାହ କରିବାକୁ ବଦଳାଇଲେ ଲିଙ୍ଗ

ପ୍ରେମରେ ପଡ଼ିଲେ ଦୁଇ ମହିଳା; ବିବାହ କରିବାକୁ ବଦଳାଇଲେ ଲିଙ୍ଗ

ଲକ୍ଷ୍ନୌ: ଦେଖା ହେବା ପରେ ପ୍ରେମରେ ପଡ଼ିଲେ ୨ମହିଳା। ବିବାହ କରିବାକୁ ପରିବାର ରାଜି ନହେବାରୁ ସେମାନଙ୍କ ମଧ୍ୟରୁ ଜଣେ ନିଜର ଲିଙ୍ଗ ବଦଳାଇଥିବା ଜଣାପଡ଼ିଛି। ୭ଲକ୍ଷ ଖର୍ଚ୍ଚ କରି ଲିଙ୍ଗ ବଦଳାଇବା ପରେ ଦୁହେଁ ବିବାହ କରିପାରିଥିବା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର କନ୍ନେଜରେ। ବିବାହ କରିଥିବା ୨ମହିଳା ହେଲେ ଶିବାଙ୍ଗୀ ଓରଫ ରାନୁ ଓ ଜ୍ୟୋତି। ସୂଚନା ଅନୁଯାୟୀ, ଇନ୍ଦ୍ର ଗୁପ୍ତାଙ୍କ ଝିଅ ଶିବାଙ୍ଗୀ ତାଙ୍କ ପିତାଙ୍କ ଅଳଙ୍କାର ଦୋକାନରେ ଜ୍ୟୋତିଙ୍କୁ ଭେଟିଥିଲେ। ଜ୍ୟୋତି ତାଙ୍କୁ ଏକ ବିୟୁଟି ପାର୍ଲର ଖୋଲିବା ପାଇଁ ଭଡାରେ ଏକ ଦୋକାନ ମାଗିଥିଲେ, ଯାହା ପରେ ଶିବାଙ୍ଗୀ ତାଙ୍କୁ ଏକ ଘର ଭଡା ଦେଇଥିଲେ।

ଏହି ସମୟ ମଧ୍ୟରେ ଦୁହେଁ ପରସ୍ପରର ନିକଟତର ହେବା ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ସମାଜ ଡରରେ ଦୁହିଁଙ୍କ ପରିବାର ଏହି ବିବାହ ପାଇଁ ରାଜି ହୋଇନଥିଲେ। ଏହା ପରେ ଶିବାଙ୍ଗୀ ନିଜ ଲିଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଲକ୍ଷ୍ନୌ ଏବଂ ଦିଲ୍ଲୀର ଡାକ୍ତରମାନଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ପରେ ଲିଙ୍ଗ ପରିବର୍ତ୍ତନ ପାଇଁ ଅପରେସନ୍ କରିଥିଲେ, ଯାହା ପରେ ସେ ତାଙ୍କ ନାମ ଶିବଙ୍ଗୀରୁ ରାନୁକୁ ପରିବର୍ତ୍ତନ କରିଥିଲେ। ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟାରେ ଚତୁର୍ଥ ତଥା ଅନ୍ତିମ ଅପରେସନ ଏବେ ବାକି ଥିଲେ ବି ଏହି ଦମ୍ପତି ସେମାନଙ୍କ ପରିବାରର ଆଶୀର୍ବାଦ ସହିତ ନଭେମ୍ବର ୨୫ରେ ବିବାହ କରିଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking