ସୁନ୍ଦରଗଡ: ବୈତରଣୀ ନଦୀ ପାର ହୋଇ ଗାଁରେ ବୁଲୁଛନ୍ତି ଦନ୍ତାହାତୀ । ଆନନ୍ଦପୁର ପୌରପରିଷଦର ତାଳ ଗାଁ ନିକଟରେ ହାତୀ ବୁଲୁଛନ୍ତି । କଟକ ବନଖଣ୍ଡ ଅଧୀନ ଟମକା ଜଙ୍ଗଲରୁ ୨ ଟି ଦନ୍ତାହାତୀ ଗତକାଲି ଠାରୁ ଦେଓଗାଁ ରେଞ୍ଜର ବିଭିନ୍ନ ଗାଁ ବୁଲିବା ପରେ ଶନିଚୋଟା ନିକଟରେ ଅନେକ ସମୟ ରହିଥିଲେ । ରାତି ତମାମ ବନ ବିଭାଗ ସେମାନଙ୍କୁ ଟ୍ରାକ କରିବା ସହ ବିଭିନ୍ନ ଗାଁର କରେଣ୍ଟ କାଟି କିଭଳି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ହେବ ସେ ନେଇ ପ୍ରୟାସ ଜାରି ରଖିଥିଲେ ବି ସଫଳ ହୋଇପାରୁନାହାନ୍ତି ବନବିଭାଗ କର୍ମଚାରୀ ।










