26.1 C
Bhubaneswar
Thursday, April 3, 2025
Homeଅପରାଧବାହାଘରର ଦୁଇ ସପ୍ତାହ ପରେ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ବାହାଘରର ଦୁଇ ସପ୍ତାହ ପରେ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଲକ୍ଷ୍ନୌ: ବିବାହର ୨ ସପ୍ତାହ ମଧ୍ୟରେ ସ୍ୱାମୀକୁ ହତ୍ୟା କଲା ପତ୍ନୀ । ମାର୍ଚ୍ଚ ୫ରେ ବିବାହ ହୋଇଥିଲା । ମାର୍ଚ୍ଚ ୧୯ରେ ଗୁଳି ମାଡ଼ । ସୁପାରୀ କିଲରଙ୍କ ଜରିଆରେ ହତ୍ୟା । ଉତ୍ତରପ୍ରଦେଶ ଔରେୟା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି । ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ମିଶି, ହତ୍ୟା ପାଇଁ ଦେଇଥିଲେ ସୁପାରୀ । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ଖବର ମୁତାବକ, ମାର୍ଚ୍ଚ ୫ ତାରିଖରେ ୨୨ ବର୍ଷୀୟ ପ୍ରଗତି ଯାଦବଙ୍କର ୨୫ ବର୍ଷୀୟ ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା । ମାର୍ଚ୍ଚ ୧୯ ତାରିଖ ଏକ ପଡ଼ିଆରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଦିଲ୍ଲୀପ । ଗୁଳି ମାଡ଼ରେ ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା ହେଲେ ମାର୍ଚ୍ଚ ୨୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ହେଲା । ଦିଲ୍ଲୀପଙ୍କ ଭାଇ ଥାନାରେ ଏତଲା ଦେଇଥିଲେ ।

ଏହାପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ପୋଲିସ ସିସିଟିଭି ଫୁଟେଜ ଖୋଜିଥିଲା, ଯେଉଁଥିରେ ଜଣେ ସନ୍ଦିଗ୍ଧ ବାଇକରେ ବସି ପ୍ରଗତି ଯାଉଥିବା ପୋଲିସ ଦେଖିବାକୁ ପାଇଥିଲା । ପୋଲିସ ତଦନ୍ତ କରିବା ପରେ ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟିଥିଲା । ବିବାହ ପୂର୍ବରୁ ପ୍ରଗତିଙ୍କର ଅନୁରାଗ ଯାଦବଙ୍କ ସହ ୪ ବର୍ଷର ସମ୍ପର୍କ ଥିଲା । କିନ୍ତୁ ଉଭୟଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହେଲେ ନାହିଁ । ପ୍ରଗତିଙ୍କୁ ତାଙ୍କ ପରିବାର ଲୋକେ ଦିଲ୍ଲୀପ ସହ ବିବାହ କରାଇ ଦେଲେ । ବିବାହ ପରେ ପ୍ରଗତି ଆଉ ଅନୁରାଗଙ୍କ ସହ ମିଶି ପାରିଲେ ନାହିଁ ।

ପ୍ରଗତି ଅନୁରାଗଙ୍କୁ ପାଇବା ପାଇଁ ଷଡ଼ଯନ୍ତ୍ର କଲେ । ଉଭୟ ପୁଣି ଏକ ହେବାକୁ ନିଷ୍ପତ୍ତି ନେଲେ, ଆଉ ଦିଲ୍ଲୀପଙ୍କୁ ସବୁ ଦିନ ପାଇଁ ହଟାଇବେ ବୋଲି ଯୋଜନା କଲେ । ସୁପାରୀ କିଲରଙ୍କୁ ଦିଆଯାଇଥିଲା ୨ ଲକ୍ଷ ଟଙ୍କା । ମାର୍ଚ୍ଚ ୧୯ରେ ପ୍ରଗତିଙ୍କ ସ୍ୱାମୀ ଦିଲ୍ଲୀପ କନୌଜ ଫେରୁଥିବା ବେଳେ ସୁପାରୀ କିଲର ରାମଜୀ ଚୌଧୁରୀ ଓ ଆଉ ଦୁଇ ଜଣ ଦିଲ୍ଲୀପଙ୍କ ଗାଡ଼ିକୁ ରୋକିଥିଲେ । ଆଉ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏ ଘଟଣାରେ ପୋଲିସ ୩ ସୁପାରୀ କିଲର ଏବଂ ପତ୍ନୀ ପ୍ରଗତିକୁ ଗିରଫ କରିଛି । ତେବେ ଏହି ମାମଲାରେ ପୋଲିସ ପଚରାଉଚରା କରିବା ପରେ ପ୍ରଗତି ସବୁକିଛି ସତ ମାନିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking