17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ସଫା

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ସଫା

ଜାମ୍ମୁ କାଶ୍ମୀର : ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ସଫା । ଜମ୍ମୁ କଶ୍ମୀର ବାରାମୁଲା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷା ବାହିନୀ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ଘଣ୍ଟାର ଗୁଳିବିନିମୟ ପରେ ଦୁଇ ଜଣ ଆତଙ୍କବାଦୀ ନିହାତ ହୋଇଛନ୍ତି। ଏଲ୍‌ଓସି ନିକଟରୁ ଉଭୟ ଆତଙ୍କବାଦୀଙ୍କ ମୃତଦେହ ଜବତ କରାଯାଇଛି। ଅଧିକାରୀ କହିଛନ୍ତି ଯେ ଗୋହଲାନ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ହୋଇ ପାରିନାହିଁ। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ଅନେକ ଆତଙ୍କବାଦୀ ଏବେବି ଉକ୍ତ ଅଞ୍ଚଳରେ ଲୁଚୁ ରହିଥିବା ସନ୍ଦେହ କରଯାଉଛି। ସୂଚନାନୁସାରେ, ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବିଷୟରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ଇନପୁଟ୍ ରହିଥିଲା। ଏହାକୁ ଆଧାର କରି ସେନା ଏଲଓସି ନିକଟରେ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ୍‌ କରିଥିଲା। ସୀମାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ସୁରକ୍ଷାବାହିନୀଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ପାଲଟା ଗୁଳିମାଡ଼ କରିଥିଲା। ଏଥିରେ ଦୁଇ ଜଣ ଆତଙ୍କବାଦୀ ଟଳି ଛନ୍ତି। ସେମାନଙ୍କ ନିକଟରୁ ବିପୁଳ ଗୁଳିଗୋଳା ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking