21.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ସଫା

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର କିସ୍ତଓ୍ବାର ଜିଲା ଅନ୍ତର୍ଗତ ଛତ୍ରୁ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ଭାରତୀୟ ସେନା ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଛତ୍ରୁ ଅଞ୍ଚଳରେ ସେନା ପକ୍ଷରୁ ଆତଙ୍କବାଦ ନିରୋଧୀ ଅପରେସନ ଜାରି ରହିଛି। ପ୍ରତିକୂଳ ପାଗ ସତ୍ବେ ଯବାନମାନେ ଅଭିଯାନ ଚଳାଇଛନ୍ତି। ଯେଉଁ ସ୍ଥାନରେ ଆତଙ୍କୀଙ୍କୁ ନିପାତ କରାଯାଇଛି ସେଠାରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ-୪୭, ଏମ-୪ ରାଇଫଲ ଆଦି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking