25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶ୭୫ କୋଟିର ହେଲିକପ୍ଟର ଭିତରେ ମଦ ପିଇ ସେକ୍ସ କରୁଥିଲେ ଦୁଇ ସୈନ୍ୟ; ଶେଷରେ କ’ଣ...

୭୫ କୋଟିର ହେଲିକପ୍ଟର ଭିତରେ ମଦ ପିଇ ସେକ୍ସ କରୁଥିଲେ ଦୁଇ ସୈନ୍ୟ; ଶେଷରେ କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ: ଜବ ଘଟଣା। ୭୫ କୋଟି ଟଙ୍କା ମୂଲ୍ୟରେ କିଣା ଯାଇଥିବା ଗୋଟିଏ ସେନା ହେଲିକପ୍ଟର ଭିତରେ ୨ ଜଣ ସୈନ୍ୟ ସେକ୍ସ କରୁଥିବା ବେଳେ ଧରାପଡ଼ିଛନ୍ତି। ସେମାନେ ହେଲିକପ୍ଟରର କକପେଟ୍‌ରେ ଏପରି କାମ କରୁଥିଲେ। ଏହି ସମୟରେ ଉଭୟ ପୁରୁଷ ଓ ମହିଳା ସୈନ୍ୟ ମଦ ପିଇଥିଲେ। ମଦ ପିଇବା ପରେ ସେମାନେ ସେକ୍ସ କରିଥିଲେ। ବ୍ରିଟେନର ଏକ ସାମରିକ ତାଲିମ କେନ୍ଦ୍ରରେ ରଖାଯାଇଥିବା ଆପାଚେ ହେଲିକପ୍ଟରର ରୋଟର୍ ଅସାଧାରଣ ଭାବେ ହଲୁଥିବା କିଛି ଗ୍ରାଉଣ୍ଡ କର୍ମଚାରୀ ଦେଖିବାକୁ ପାଇଥିଲେ।

ସେମାନେ ଏହାର ଯାଞ୍ଚ କରିବା ବେଳେ ହଠାତ ହେଲିକପ୍ଟର ଭିତରେ ଦୁଇ ଜଣ ସୈନିକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ପୂରା ଚକିତ ହୋଇଯାଇଥିଲେ। ମିରରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୮.୫ ନିୟୁତ ୟୁରୋ ମୂଲ୍ୟର ଓ ୩୩ ମିମି ତୋପ, ହେଲିଫାୟାର କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଆପାଚେ ହେଲିକପ୍ଟରର ରକ୍ଷାଣବେକ୍ଷଣ କରୁଥିବା କର୍ମଚାରୀମାନେ ରାତିରେ ବୁଲୁଥିଲେ। ଏହି ସମୟରେ ଗୋଟିଏ ଆପାଚେର ରୁଟରଗୁଡ଼ିକ ଅଜବ ଢଙ୍ଗରେ ହଲୁଥିବା ସେମାନେ ଦେଖିବାକୁ ପାଇଥିଲେ। ଏଥିସହ ହେଲିକପ୍ଟର ଭିତରୁ ଆସୁଥିବା ଅଜବ ଧରଣର ଶବ୍ଦ ମଧ୍ୟ ସେମାନେ ଶୁଣିଥିଲେ।

ତେଣୁ ଭିତରେ କ’ଣ ଚାଲିଛି, ତାକୁ ଦେଖିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଦୁଇ ଜଣ ସୈନ୍ୟ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମଦ୍ୟପାନ କରି ହେଲିକପ୍ଟରର ପଛ କକପିଟରେ ସେକ୍ସ କରୁଥିବା ଦେଖିବାକୁ ପାଇଥିଲେ। ପୁରୁଷ ଜଣକ ତାଙ୍କ ସେନା ୟୁନିଫର୍ମ ପିନ୍ଧିଥିବା ବେଳେ ମହିଳା ଜଣକ ସାଧାରଣ ନାଗରିକ ପୋଷାକରେ ରହିଥିଲେ। ସାମରିକ ବିମାନ ଚଳାଚଳ ପ୍ରାଧିକରଣ ରିପୋର୍ଟ ଅନୁଯାୟୀ ଉଭୟଙ୍କୁ ହେଲିକପ୍ଟରରୁ ବାହାରି ପ୍ରଥମେ ପୋଷାକ ପିନ୍ଧିବାକୁ କୁହାଯାଇଥିଲା। ବାହାରକୁ ଆସିବା ପରେ ଉଭୟଙ୍କ ଆଚରଣରୁ ସ୍ପଷ୍ଟ ହୋଇଥିଲା ଯେ ସେମାନେ ନିଶାସକ୍ତ ଅବସ୍ଥାରେ ରହିଛନ୍ତି। ସେମାନେ ଧରା ପଡ଼ିଥିବା ଚପରଟି ଆର୍ମି ଏୟାର କର୍ପସର ୬୫୩ ସ୍କ୍ୱାର୍ଡନର ଥିଲାବେଳେ ସେମାନେ ଭିନ୍ନ ଭିନ୍ନ ସେନା ୟୁନିଟର କର୍ମଚାରୀ ଥିଲେ। ସେମାନଙ୍କ ପ୍ୟାରେଣ୍ଟ୍ ୟୁନିଟ୍ ଓ ୬୫୩ ସ୍କ୍ୱାର୍ଡନ ଚେନ୍ ଅଫ୍ କମାଣ୍ଡ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖାଯାଇଥିଲା ବୋଲି ସାମରିକ ବିମାନ ଚଳାଚଳ ପ୍ରାଧିକରଣ ରିପୋର୍ଟରେ ଦର୍ଶାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking