26.1 C
Bhubaneswar
Monday, May 5, 2025
Homeଦେଶ ବିଦେଶବେଦିରୁ ଉଠିଲେ ଦୁଇ ଭଉଣୀ; କାହିଁକି ଜାଣନ୍ତୁ..

ବେଦିରୁ ଉଠିଲେ ଦୁଇ ଭଉଣୀ; କାହିଁକି ଜାଣନ୍ତୁ..

ଲକ୍ଷ୍ନୌ: ଯୌତୁକ ଦାବିକୁ ନେଇ ବିବାହ ବେଦୀରୁ ଉଠିଲେ ଦୁଇ ଭଉଣୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ହଥରସ ଜିଲ୍ଲାର ସାଦାବାଦ ଥାନା ଅନ୍ତର୍ଗତ ସାମଦପୁର ଗାଁରେ । ବିବାହ ପାଇଁ ମୁର୍ସାନ ଥାନା ଅଞ୍ଚଳର ତାଜପୁର ଗାଁରୁ ବର କନ୍ୟା ଘରକୁ ଆସିଥିଲା । ବିବାହ ଉତ୍ସବ ପାଇଁ ସମସ୍ତ ଆୟୋଜନ ବି ସରିଥିଲା । କେବଳ ବାହାଘର ହେବା ବାକି ଥିଲା । କିନ୍ତୁ ଯୌତୁକକୁ ନେଇ ଦୁଇ ପରିବାର ମଧ୍ୟରେ ଏମିତି ଯୁକ୍ତିତର୍କ ଆରମ୍ଭ ହେଲା ଯେ ଏହା ପରେ ଝଗଡ଼ାର ରୂପ ନେଲା । ଆଉ ଶେଷରେ ଦୁଇ ଭଉଣୀ ଉପସ୍ଥିତ ବୁଦ୍ଧି ଦେଖାଇ ବାହାବେଦୀରୁ ଉଠି ବିବାହକୁ ଭାଙ୍ଗି ଦେଇଥିଲେ । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସାମଦପୁର ଗାଁରେ ଦୁଇ ଝିଅଙ୍କ ବିବାହ ଉତ୍ସବ ଥିଲା ।

ବିବାହ ପାଇଁ ଝିଅ ଘର ପକ୍ଷ ପ୍ରାୟ ସମସ୍ତ ପ୍ରସ୍ତୁତି କରିସାରିଥିଲେ । କିନ୍ତୁ ବିବାହ ଖୁସିରେ ଯେ କାହା ନଜର ଲାଗିଯିବ କେହି କେବେ ଭାବିନଥିଲେ । ଝିଅ ବାପାଙ୍କୁ ଯୌତୁକରେ କାର ଡିମାଣ୍ଡ କଲେ ବର ପକ୍ଷ । କାର ଦେଲେ ହିଁ ବିବାହର ସମସ୍ତ ରୀତିନୀତି ଆରମ୍ଭ ହେବ । ଏମିତି କିଛି କଥା କହିଥିଲେ ବର ପକ୍ଷ । କିନ୍ତୁ କନ୍ୟା ପକ୍ଷ ତାଙ୍କ ଦାବିକୁ ପୂରଣ କରିବାକୁ ସକ୍ଷମ ନଥିଲେ । ଯାହା ପରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ବରର ଭାଇ କନ୍ୟାର ଭାଇକୁ ଠେଲାପେଲା କରିଥିଲେ । ଏମିତି ଧସ୍ତାଧସ୍ତି ମଧ୍ୟରେ କନ୍ୟାଙ୍କ ଭାଇ ମୁଣ୍ଡ ଫାଟିଯାଇଥିଲା । ଯାହା ପରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆହୁରି ବଢି଼ବାରେ ଲାଗିଥିଲା । କନ୍ୟା ବେଶରେ ରହିଥିବା ଦୁଇ ଭଉଣୀ ଏଭଳି ପରିସ୍ଥିତିକୁ ଦେଖି ଖୁବ୍ ରାଗି ଗଲେ । ଆଉ ଶେଷରେ ବାହା ହେବେ କଣ ଓଲଟା ବରକୁ ଫେରେଇ ଦେଇଥିଲେ ଦୁଇ ଭଉଣୀ । ଘଟଣା ଥାନାରେ ପହଞ୍ଚିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ କନ୍ୟା ଘରୁ ଖାଲି ହାତରେ ଫେରିଥିଲା ବର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking