ଭଦ୍ରକ: ପାଣିରେ ବୁଡି ଦୁଇ ଭଉଣୀଙ୍କ ଜୀବନ ଗଲା । ଏଭଳି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଗାଁରେ ଘଟିଛି । ମାମୁଘର ବୁଲି ଆସିଥିବା ବେଳେ ପୋଖରୀରେ ବୁଡିଗଲେ ଦୁଇ ଭଉଣୀ ା ବଡ କୃଷ୍ଣପୁର ପଞ୍ଚାୟତ କୋଡିଏ ଚେନ ଗାଁକୁ ବୁଲି ଆସିଥିଲେ । ମୃତକ ଦୁଇ ଭଉଣୀଙ୍କ ଘର ଚାନ୍ଦବାଲି କରଣପଲେଇ ଗାଁରେ । ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାଯ୍ୟ ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାରରେ ଶୋକର ଛାୟା ଖେଳିଯାଇଛି ।










