18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦୁଇ ଭଉଣୀକୁ ଚାପିଦେଲା ଥାର୍‌: ଜଣେ ମୃତ, ଜଣେ ଗୁରୁତର

ଦୁଇ ଭଉଣୀକୁ ଚାପିଦେଲା ଥାର୍‌: ଜଣେ ମୃତ, ଜଣେ ଗୁରୁତର

ଚଣ୍ଡିଗଡ: ଚଣ୍ଡିଗଡରେ ଏକ ଭୟଙ୍କର କାର ଦୁର୍ଘଟଣା ଘଟିଛିା ଏକ ଥାର୍ କାର୍ ଦୁଇ ଭଉଣୀଙ୍କୁ ଚାପି ଦେଇଛିା ଏହି ଦୁର୍ଘଟଣାରେ ଜଣେ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତିା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ଥିବା ଜଣାପଡିଛିା ଚଣ୍ଡିଗଡର ସେକ୍ଟର ୪୬ରେ ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା ଘଟିଛିା ଏକ ଦ୍ରୁତଗାମୀ କଳା ଥାର୍ କାର୍ ରାସ୍ତା କଡରେ ଠିଆ ହୋଇଥିବା ଦୁଇ ଭଉଣୀଙ୍କୁ ଧକ୍କା ଦେଇଥିଲ।। ଦୁର୍ଘଟଣାରେ ବଡ଼ ଭଉଣୀ ସୋଜେଫ୍‌ର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଇଶା ଗୁରୁତର ଆହତ ହୋଇଛନ୍ତି।

ଚଣ୍ଡିଗଡ଼ର ବୁରାଇଲ ଅଞ୍ଚଳର ବାସିନ୍ଦା ଦୁଇ ଭଉଣୀ କଲେଜରୁ ଫେରୁଥିଲେ ଏବଂ ରାସ୍ତା କଡ଼ରେ ଏକ ଅଟୋ-ରିକ୍ସାକୁ ଅପେକ୍ଷା କରିଥିଲେ, ସେତେବେଳେ ଏକ ଦ୍ରୁତଗାମୀ ଥର କାର ହଠାତ୍ ସେମାନଙ୍କୁ ଧକ୍କା ଦେଇଥିଲା ଏବଂ ଡ୍ରାଇଭର ଖସି ପଳାଇ ଯାଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ସୋଜେଫଙ୍କୁ ମୃତ ଘୋଷଣା କରାଯାଇଥିଲା। ଇଶା ସେକ୍ଟର ୩୨ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଥର ଗାଡ଼ିଟିର ଚଣ୍ଡିଗଡ଼ ପଞ୍ଜିକରଣ ନମ୍ବର ଅଛି। ପୋଲିସ ସିସିଟିଭି ଫୁଟେଜ୍ ବ୍ୟବହାର କରି ଡ୍ରାଇଭରକୁ ଖୋଜୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking