21.1 C
Bhubaneswar
Thursday, December 18, 2025
Homeଓଡିଶାଯାଜପୁରରେ ଝାଡ଼ା ବାନ୍ତି ବ୍ୟାପି ଦୁଇ ଜଣଙ୍କ ମୃତ୍ୟୁ

ଯାଜପୁରରେ ଝାଡ଼ା ବାନ୍ତି ବ୍ୟାପି ଦୁଇ ଜଣଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ର ଧର୍ମ ଶଳା କୋରାଇ ଦାନଗଦି ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳରେ ଝାଡାବାନ୍ତି ଆତଙ୍କ। ବ୍ୟାସନଗର ପୌରାଞ୍ଚଳ ସମେତ କୋରାଇ, ଧର୍ମଶାଳା ଓ ଦାନଗଦି ପ୍ରଭୃତି ଅଞ୍ଚଳରେ ବିଭିନ୍ନ ଡାକ୍ତରଖାନାରେ 300ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।ବ୍ୟାସନଗର ରେ ଜଣ ଙ୍କ ର ମୃତ୍ୟୁ ହୋଥିବାବେଳେ ଦାନଗଦି ଡ଼ାକ୍ତରଖାନାରେ ଜଣ କ ମୃତ୍ର୍ୟୁ ହୋଇଚି ଧର୍ମଶାଳାରେ 100ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ବ୍ୟାସନଗର ସହରରେ 70ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଯାଜପୁର ରୋଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଫୁଡ୍ ପୟୋଜନ କାରଣରୁ ଏପରି ହୋଇଥିବା ସିଡି ଏମୋ କହିଛନ୍ତି। ଅନ୍ୟ ପକ୍ଷ ରେ ଜଳ ଦୂଷିତ ଯୋଗୁ ଏହି ରୋଗ ବ୍ୟାପି ବାର କୁହା ଯାଉଚି lସୂଚନା ମୁତାବକ ବ୍ୟାସନଗର ସହରାଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳର କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ପହଞ୍ଚିଥିଲେ। ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମେଡ଼ିକାଲରେ ଚିକିତ୍ସା ହେବାପରେ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ଆଉ କେତେକ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବଂ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ପ୍ରବଳ ଗରମ ସାଙ୍ଗକୁ ଭୋଜିଭାତ ଖାଇବା ପରେ ଫୁଡ୍ ପୟୋଜନ ହୋଇଥିବା କାରଣରୁ ଏପରି ହୋଇଥିବା ଡାକ୍ତର ଦଳ ଅନୁମାନ କରିଛନ୍ତି। ଏନେଇ ଖବର ପାଇପୂର୍ବ ତନ ମନ୍ତ୍ରି ଈଂ ପ୍ରୀତି ରଞ୍ଜନ ଘଡାଇ ସ୍ଥାନୀୟ କୋରେଇ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଯାଜପୁର ରୋଡ ଡାକ୍ତରଖାନା ରେ ପହଞ୍ଚି ସ୍ଥିତି ପରଖିବା ପରେ ଆକ୍ରାନ୍ତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଲକ୍ଷ ରଖି କଟକ ବଡ଼ ମେଡ଼ିକାଲରୁ ଓ ମେଡିକାଲ କଲେଜ ରୁ ଏକ ଟିମଆସିଛନ୍ତି ଅବସ୍ଥା କୁ ପରଖୁ ଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି l ଯାଜପୁର ଜିଲ୍ଲା ପାଲ ପି ଅନୁଶ୍ୱl ରେଡି ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଯାଜପୁର ରୋଡ଼ ଓ ଦାନଗଦି ଡ଼ାକ୍ତରଖାନା ପରିଦର୍ଶନକରି ରୋଗୀ ମାନଂକୁ ଉତ୍ତମ ଚିକିତ୍ସ ଦେବା ଶହ ଦୁଇଟି ମେଡିକାଲ କଲେଜ ର ଡାକ୍ତରୀ ଟିମ୍ ଆସି ରୋଗ ବ୍ୟାପି ର କାରଣ ସଂପର୍କ ରେ ଅନୁଧ୍ୟାନ କରୁଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking