24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭାରତରେ ତିଆରି ହେବାକୁ ଯାଉଛି ଦୁଇଟି ନ୍ୟୁକ୍ଲିୟର ସବମରିନ୍‌

ଭାରତରେ ତିଆରି ହେବାକୁ ଯାଉଛି ଦୁଇଟି ନ୍ୟୁକ୍ଲିୟର ସବମରିନ୍‌

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସିସିଏସ୍ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧିନ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଦୁଇଟି ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ ତିଆରି କରିବାର ଅନୁମତି ଦେଇଛି। ଏହାଦ୍ୱାରା ଭାରତୀୟ ନୌସେନାର ସାମରିକ ଓ ଆକ୍ରାମକ କ୍ଷମତାରେ ବୃଦ୍ଧି ହେବ। ଏହି ବୁଡ଼ାଜାହାଜ ତିଆରି ହେବାଫଳରେ ନୌସେନାର ଶକ୍ତି ଭାରତ ମହାସାଗର ଓ ଦକ୍ଷିଣ ଚୀନ୍ ସାଗରରେ ଅଧିକ ହୋଇଯିବ। ଏହି ବୁଡ଼ାଜାହାଜକୁ ବିଶାଖାପାଟନମ୍ ଶିପ୍ ବିଲ୍ଡିଂ ସେଣ୍ଟରରେ ତିଆରି କରାଯିବ। ଏହି ତିଆରି ହେବାରେ ଲାର୍ସେନ ଆଣ୍ଟ ଟୁର୍ବୋ ଭଳି ଘରୋଇ କମ୍ପାନୀର ସାହାଯ୍ୟ ମଧ୍ୟ ନେଇପାରେ। ବୁଡ଼ାଜାହାଜ ୯୫% ପର୍ଯ୍ୟନ୍ତ ସ୍ୱଦେଶୀ ରହିବ।

ଏହି ବୁଡ଼ାଜାହାଜ ଅରିହନ୍ତ କ୍ଳାସରୁ ଅଲଗା ହେବ। ଏହି ପ୍ରୋଜେକ୍ଟ ଆଡଭାନ୍ସ ଟେକ୍ନୋଲୋଜି ଭେସେଲ ଅନୁସାରେ ତିଆରି କରାଯିବ। ଏବେ ଦୁଇଟି ବୁଡ଼ାଜାହାଜ ତିଆରି ହେବ, ଏହାପରେ ଆହୁରି ୪ଟି ତିଆରି ହୋଇପାର। ସେଭଳି ଭାରତ ନିକଟରେ ନିଜର ଦ୍ୱିତୀୟ ଏସ୍‌ଏସ୍‌ବିଏନ୍ ଅର୍ଥାତ ପରମାଣୁ ଯୁଦ୍ଧପୋତ ଆଇଏନ୍‌ଏସ୍ ଆରିଘାଟ୍ କମିଶନ୍ କରିଛି। ଆଗାମୀ ବର୍ଷ ସୁଦ୍ଧା ଭାରତୀୟ ନୌସେନାକୁ ଅଲଗା ଅଲଗା ଭାବରେ ବହୁ ବୁଡ଼ାଜାହାଜ ଓ ସବମରିନ୍ ମିଳିବାକୁ ଯାଉଛି। ଏହି ୧୨ ଯୁଦ୍ଧ ଜାହାଜରେ ଫ୍ରିଗେଟସ୍‌, କର୍ଭିଟସ୍‌, ଡେଷ୍ଟ୍ରୋୟର୍ସ,ସବମରିନ୍ ଓ ସର୍ଭେ ଭେସଲ ମଧ୍ୟ ରହିଛି। ନୌସେନାରେ ଏହା ସାମିଲ ହେବା ଫଳରେ ଇଣ୍ଡିଆନ୍ ଓସେନ୍ ରିଜନ୍‌ରେ ସୁରକ୍ଷା ସ୍ତର ବଢାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking