28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶସୁପ୍ରିମକୋର୍ଟରେ ଶପଥ ଗ୍ରହଣ ଦୁଇ ନୂଆ ବିଚାରପତି

ସୁପ୍ରିମକୋର୍ଟରେ ଶପଥ ଗ୍ରହଣ ଦୁଇ ନୂଆ ବିଚାରପତି

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ଶପଥ ଗ୍ରହଣ ଦୁଇ ନୂଆ ବିଚାରପତି । ସେମାନେ ହେଉଛନ୍ତି ଜଷ୍ଟିସ୍ ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନ। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଏହି ନିଯୁକ୍ତି ଦ୍ୱାରା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ୩୪ରେ ପହଂଚିଛି। ସୁପ୍ରିମକୋର୍ଟ କଲେଜିୟମ୍ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ଆର ମହାଦେବନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରେ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ଜଷ୍ଟିସ୍ ସିଂହ ହେଉଛନ୍ତି ମଣିପୁର ରାଜ୍ୟର ପ୍ରଥମ ବିଚାରପତି ଯିଏ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟରେ ଦୁଇଟି ପଦବୀ ଖାଲି ପଡ଼ିଥିବାରୁ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ପାଇଁ ସୁପାରିସ କରାଯାଇଥିଲା। ଜଷ୍ଟିସ୍ ଅନିରୁଦ୍ଧ ବୋଷ ୨୦୨୪ ଏପ୍ରିଲ ୧୦ରେ ଅବସର ଗ୍ରହଣ କରିଥିବା ବେଳେ ଜଷ୍ଟିସ୍ ଏଏସ୍ ବୋପାନ୍ନା ୨୦୨୪ ମେ’ ୧୯ରେ ଅବସର ଗ୍ରହଣ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking