21.1 C
Bhubaneswar
Thursday, February 5, 2026
Homeଓଡିଶାଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜ ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସର ସମୀକ୍ଷା ପାଇଁ ଦୁଇ ସଦସ୍ୟବିଶିଷ୍ଟ ସମିତି...

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜ ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସର ସମୀକ୍ଷା ପାଇଁ ଦୁଇ ସଦସ୍ୟବିଶିଷ୍ଟ ସମିତି ଗଠିତ

ଭୁବନେଶ୍ୱର:  ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ନିଯୁକ୍ତ ବିଭିନ୍ନ ନିଯୋଗମାନଙ୍କ ଦ୍ୱାରା କରାଯାଉଥିବା ସେବାପୂଜ ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସ (Rଞ୍ଚR)ର ସମୀକ୍ଷା କରିବା ସହ ଅନ୍ତିମ ରୂପ ଦେବା ପାଇଁ ରାଜ୍ୟ ସରକାର, ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଡଃ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଦୁଇ-ସଦସ୍ୟ ବିଶିଷ୍ଟ ସମିତି ଗଠନ କରିଛନ୍ତି । ଏହି ସମିତିର ଗଠନ ସନ୍ଦର୍ଭରେ ବିଧି ବିଭାଗର ପତ୍ର ସଂଖ୍ୟା ୭୭୧୪/ଏଲ୍‌ ତାରିଖ ୦୮.୦୫.୨୦୨୫ ମାଧ୍ୟମରେ ବିଜ୍ଞପ୍ତି ଜାରି କରାଯାଇଅଛି । ଆଜି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ସମିତିର କାର୍ଯ୍ୟାଳୟ ସମିତିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଡଃ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି । ଏହି ଅବସରରେ ସମିତିର ଅଧକ୍ଷଙ୍କ ସମେତ ସଦସ୍ୟ ଶ୍ରୀ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ବିଧି ବିଭାଗର, ବିଧି ଚେତକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର, ଦ୍ୱିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ, ଶ୍ରୀ ଅରୁଣ କୁମାର ସାହୁ ଏବଂ ଅତିରିକ୍ତ ଶାସନ ସଚିବ (ନ୍ୟାୟିକ) ଶ୍ରୀ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତି ରହି କମିଟିର କାର୍ଯ୍ୟପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଏହି ସମିତି ଲିଙ୍ଗରାଜ ମନ୍ଦିରର ବିଭିନ୍ନ ସେବାପୂଜା, ନିଯୋଗମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦୈନନ୍ଦିନ ନିୟମିତ ନୀତି ବିଧି ସମ୍ପର୍କିତ ଦଲିଲପତ୍ର ପ୍ରଦାନ କରିବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking