32.1 C
Bhubaneswar
Wednesday, September 18, 2024
Homeଓଡିଶାଆତ୍ମସମର୍ପଣ କଲେ ଦୁଇ ମାଓବାଦୀ

ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ

ବରଗଡ଼: ଲଗାତାର ବ୍ୟାପକ ସର୍ଚ ଅପରେସନ ଏବଂ ଗୁଳିବିନିମୟ ପରେ ପୋଲିସ ପାଇଲେ ସଫଳତା । ଯେଉଁ ଦୁଇ ମାଓବାଦୀଙ୍କ ମୁଣ୍ଡରେ ଲକ୍ଷାଧିକ ଟଙ୍କାର ଇନାମ ରଖାଯାଇଥିଲା, ସେହି ଦୁଇ ହାର୍ଡକୋର ମାଓବାଦୀ ଆସି କରିଛନ୍ତି ଆତ୍ମସମର୍ପଣ । ଦୁଇ ଦୁଇ ହାର୍ଡ କୋର୍ ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ରହିଛନ୍ତି ।

ତେବେ ଏରିଆ କମିଟି ମେମ୍ବର କେଡରର ୩୫ ବର୍ଷୀୟା ମହିଳା ମାଓବାଦୀ ଆମିଲା ଓରଫ୍ ପୂଜା ତାଟି ଯାହାର ମୁଣ୍ଡରେ ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ସେ ଆଜି ମାଓବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିଛନ୍ତି । ମହିଳା ମାଓବାଦୀ ଜଣକ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗଳୁର ଥାନା ଅନ୍ତର୍ଗତ ପର୍ଣ୍ଣାଲ ଗାଁର ।

୨୦୧୦ ମସିହାରୁ ମହିଳା ମାଓବାଦୀ ଜଣକ ଗନ୍ଧମାର୍ଦ୍ଧନ ପାହାଡ଼ ଇଲାକା ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ସକ୍ରୀୟ ରହିଥିବା ବେଳେ ବରଗଡ଼ ଜିଲ୍ଲାରେ ୩୫ ଗୋଟି ମାଓ କାରନାମାରେ ସାମିଲ ଥିବା ନେଇ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking