27.1 C
Bhubaneswar
Thursday, March 19, 2026
Homeଓଡିଶାବଜ୍ରପାତରେ ନାବାଳକଙ୍କ ମୃତ୍ୟୁ

ବଜ୍ରପାତରେ ନାବାଳକଙ୍କ ମୃତ୍ୟୁ

ଧର୍ମଶାଳା: ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଜିରା ପଂଚାୟତ ର ବୁରୁସାହି ଗ୍ରାମରେ ବଜ୍ରପାତ ଘଟି ୨ ନାବାଳକଙ୍କ ମୃତ୍ୟୁ ଘଟିଛି. ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟ ରେ ବୁରୁସାହି ଗ୍ରାମର ଦୁଇ ନାବାଳକ ପାଣ୍ଡେ ଚେତାରଙ୍କ ପୁଅ ଟୁକୁଲି ଚେତାର (୧୨) ଓ ଅର୍ଜୁନ ହେମ୍ବ୍ରମ ଙ୍କ ପୁଅ ତାରା ହେମ୍ବ୍ରମ ( ୧୩) ଉଭୟ ଗାଁ ଦାଣ୍ଡ ରେ ଖେଳୁଥିବା ସମୟରେ ଅଚାନକ ବଜ୍ରପାତ ହୋଇଥିଲା ଏବଂ ଉଭୟ ଗୁରୁତର ହୋଇ ପଡିଥିଲେ । ଉଭୟ ଙ୍କୁ ପରିବାର ଲୋକେ ଗ୍ରାମବାସୀ ଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ. ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଡ଼ାକ୍ତର ଙ୍କ ସହ ଆଲୋଚନା କରିଥିଲେ ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking